fbpx
BJD SKY
BJD SKY

ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ: ୨ ଜଣଙ୍କୁ ଉଠାଇନେଲା ପୋଲିସ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରଗଡ଼ ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ୨ ଜଣ ଲୋକ ଆତ୍ମାହୁତି ଉଦ୍ୟମ କରିଥିଲେ । ଦୁଇଜଣ ଗ୍ରାମବାସୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କିରାସିନି ଢାଳିହୋଇ ଆତ୍ମାହୁତି ଦେବାକୁ ଉଦ୍ୟମ କରୁଥିବା ସମୟରେ ପୋଲିସ ସେମାନଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି ।

ତେବେ ଖବରରୁ ଜଣାପଡ଼ିଛି ଯେ, ବରଗଡ଼ ଜିଲ୍ଲାର ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜଗଲପାଟ ପଞ୍ଚାୟତବାସୀ ବିଭିନ୍ନ ଦାବି ନେଇ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲେ । ମନରେଗା, ଆବାସ ଆଦି ଯୋଜନାରେ ଦୁର୍ନୀତିକୁ ନେଇ ପଞ୍ଚାୟତବାସୀ ପ୍ରତିବାଦ କରିଥିଲେ । ମୋଟ ୧୦ ଜଣରୁ ଅଧିକ ଲୋକ ଏହି ଜନ ଆନ୍ଦୋଳନରେ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣ ଆତ୍ମାହୁତି ଉଦ୍ୟମ କରିଥିଲେ ।

Get real time updates directly on you device, subscribe now.