fbpx

AUS vs NED: ୪୮ ବର୍ଷର ଇତିହାସରେ ଅଷ୍ଟ୍ରେଲିଆର ସବୁଠାରୁ ବଡ ବିଜୟ, ୯୦ ରନରେ ନେଦରଲାଣ୍ଡକୁ କଲା ଅଲ୍ ଆଉଟ

Advertisement

ଓଡ଼ିଶା ଭାସ୍କର: ଦିନିକିଆ ବିଶ୍ୱକପ୍ ୨୦୨୩ରେ ଅଷ୍ଟ୍ରେଲିଆ ୪୮ ବର୍ଷ ପୁରୁଣା ଦିନିକିଆ ବିଶ୍ୱକପ୍ ଇତିହାସର ସବୁଠାରୁ ବଡ଼ ବିଜୟ ହାସଲ କରିଛି । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ନେଦରଲାଣ୍ଡକୁ ୩୦୯ ରନରେ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆର ଏହି ବିଜୟ ୪୮ ବର୍ଷର ଦିନିକିଆ ବିଶ୍ୱକପ୍ ଇତିହାସରେ ସବୁଠାରୁ ବଡ଼ ବିଜୟ ଥିଲା। ସେହିପରି ଦିନିକିଆରେ ଏହା ଦ୍ୱିତୀୟ ସର୍ବାଧିକ ବିଜୟ ଥିଲା। ରନ୍ ଦୃଷ୍ଟିରୁ ସବୁଠାରୁ ବଡ଼ ଦିନିକିଆ ବିଜୟର ରେକର୍ଡ ଭାରତ ନାମରେ ରହିଛି, ଯିଏ କି ୨୦୨୩ରେ ତ୍ରିବେନ୍ଦ୍ରମରେ ଖେଳାଯାଇଥିବା ଦିନିକିଆରେ ଶ୍ରୀଲଙ୍କାକୁ ୩୧୭ ରନ୍ ରେ ପରାସ୍ତ କରିଥିଲା।

ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲଙ୍କ ନାମରେ ଦିନିକିଆ ବିଶ୍ୱକପର ଦ୍ରୁତତମ ଶତକ ହାସଲ କରିବାର ରେକର୍ଡ ରହିଛି । ମ୍ୟାକ୍ସୱେଲ ମାତ୍ର ୪୦ ବଲରେ ଶତକ ପୂରଣ କରିଥିଲେ। ଦିଲ୍ଲୀରେ ଖେଳାଯାଇଥିବା ମ୍ୟାଚ୍ ବିଷୟରେ କହିବାକୁ ଗଲେ ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ୫୦ ଓଭରରେ ୮ ୱିକେଟ୍ ହରାଇ ୩୯୯ ରନ୍ କରିଥିଲା। ଦଳ ପକ୍ଷରୁ ଗ୍ଲେନ ମ୍ୟାକ୍ସୱେଲ ୧୦୬ ଓ ଡେଭିଡ ୱାର୍ଣ୍ଣର ୧୦୪ ରନ୍ କରିଥିଲେ।

ୱାର୍ଣ୍ଣର ନିଜ ଇନିଂସରେ ୧୧ ଚୌକା ଓ ୩ ଛକା ମାରିଥିବା ବେଳେ ମ୍ୟାକ୍ସୱେଲ ୯ ଚୌକା ଓ ୮ ଛକା ମାରିଥିଲେ। ୪୦୦ ରନର ଟାର୍ଗେଟକୁ ପୂରା କରିବାକୁ ଯାଇ ୯୦ ରନରେ ଅଲଆଉଟ୍ ହୋଇଯାଇଥିଲେ ନେଦରଲାଣ୍ଡ ଖେଳାଳି । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ମିଚେଲ ମାର୍ଶ ୨ଟି ୱିକେଟ୍ ନେଇଥିଲେ। ଏହାବ୍ୟତୀତ ଷ୍ଟାର୍କ, ହେଜଲଉଡ୍ ଓ କମିନ୍ସ ୧-୧ ଗୋଲ୍ ରେ ସଫଳତା ପାଇଥିଲେ।

Get real time updates directly on you device, subscribe now.