ସାତ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଦେଶ ସହିତ ଚୁକ୍ତି କରି ଅଷ୍ଟ୍ରେଲିଆ, ଆମେରିକା ଏବଂ ନ୍ୟୁଜିଲ୍ୟାଣ୍ଡର ଚିନ୍ତା ବଢାଇଲା ଚାଇନା
ପ୍ରଶାନ୍ତ ମହାସାଗରରେ ଅବସ୍ଥିତ ଏକ ଛୋଟିଏ ଦେଶ ସୋଲେମନ ସହିତ ଏକ ବିବାଦୀୟ ଚୁକ୍ତି ସ୍ୱାକ୍ଷରିତ କରିଛି ଚାଇନା । ଏହି ଛୋଟିଆ ଦେଶକୁ ସୁରକ୍ଷା ଯୋଗାଇ ଦେବାକୁ ଚାଇନା କରିଥିବା ଏହି ଚୁକ୍ତି ସାହାଯ୍ୟରେ ଏଠାରେ ସେ ନିଜର ମିଲିଟାରୀ ବେସ୍ ସ୍ଥାପନା କରିପାରେ ବୋଲି ବିଶେଷଜ୍ଞ କହିଛନ୍ତି । ତେବେ ଚାଇନାର ଏହି ଚୁକ୍ତି ଆମେରିକା ସମେତ ଅଷ୍ଟ୍ରେଲିଆ ଏବଂ ନିଉଜିଲାଣ୍ଡର ନିଦ ଉଡ଼ାଇ ଦେଇଛି ।
ଏହି ଚୁକ୍ତି ପରେ ସୋଲୋମନ ଦେଶର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ସୁରକ୍ଷା ଚୁକ୍ତି ଏହି ସମୁଦ୍ରିୟ ଅଞ୍ଚଳରେ ଶାନ୍ତି ଏବଂ ସଦଭାବକୁ କୌଣସି ବି ପ୍ରତିକୁଳ ସ୍ଥିତିରେ ପ୍ରଭାବିତ କରିବ ନାହିଁ । କିନ୍ତୁ ବିଶେଷଜ୍ଞ ତାଙ୍କର ଏହି କଥାରେ ସହମତ ହୋଇ ନାହାନ୍ତି । ବରଂ ଚାଇନାର ଏହି ନିଷ୍ପତି ସମଗ୍ର ଅଞ୍ଚଳ ପାଇଁ ଗେମ ଚେଞ୍ଜର ହୋଇପାରେ ବୋଲି କହିଛନ୍ତି । ଏକ ରିପୋର୍ଟ ମୁତାବକ ସୋଲୋମନ ଦେଶକୁ ସମସ୍ତ ପରିସ୍ଥିତିରେ ସାହାଯ୍ୟ କରୁଥିବା ଅଷ୍ଟ୍ରେଲିଆ ଚାଇନା ସହିତ ଏହି ଚୁକ୍ତି କୁ ରୋକିବା ଲାଗି କରିଥିବା ତାର ସମସ୍ତ ପ୍ରୟାସ ବିଫଳ ହୋଇଛି ।
ରିପୋର୍ଟରେ ଦର୍ଶାଯାଇଛି ଯେ ଏହି ଚୁକ୍ତିନାମା ପରେ ଚୀନ୍ ନିଜର ଯୁଦ୍ଧ ଜାହାଜକୁ ସୋଲୋମନ ଦ୍ୱୀପପୁଞ୍ଜରେ ରଖିପାରିବ। ଏହା ସହିତ ସୋଲେମାନ ଦ୍ୱୀପପୁଞ୍ଜରେ ଶାନ୍ତି ଏବଂ ସାମାଜିକ ଶୃଙ୍ଖଳା ବଜାୟ ରଖିବା ପାଇଁ ଚୀନ୍ ସୁରକ୍ଷା ବାହିନୀ ମଧ୍ୟ ପଠାଯାଇପାରିବ। ସୋଲୋମନ୍ସ ଏକ ଦ୍ୱୀପ ଦେଶ ହୋଇଥିବାରୁ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଚୀନ୍ ଯେକୌଣସି ଅଳ୍ପ ଜନବହୁଳ ଦ୍ୱୀପରେ ସହଜରେ ଏହାର ନୌବାହିନୀ ସ୍ଥାପନା କରିପାରିବ। ବିଶେଷଜ୍ଞମାନେ କହୁଛନ୍ତି ଯେ ଚୀନ୍ ଜିବୁଟିରେ ଏହା କରିସାରିଛି। ଏଭଳି ପରିସ୍ଥିତିରେ ସୋଲେମାନରେ ସାମରିକ ବେସ ନିର୍ମାଣରେ ଚୀନ୍ର ଅଧିକ ଅସୁବିଧା ହେବ ନାହିଁ।
ଏହି ବିଷୟରେ ଆମେରିକା କହିଛି ଯେ ଏହା ଅଞ୍ଚଳକୁ ଅସ୍ଥିର କରିପାରେ । ମାମଲାର ଗମ୍ଭିରତାକୁ ନଜରରେ ରଖି ଆମେରିକା ୨୯ ବର୍ଷ ପରେ ଏଠାରେ ପୁଣି ଥରେ ତାର ଦୂତାବାସ ଖୋଲିଛି । ଆମେରିକାର ଡର ଅଛି ଯେ ଚାଇନା ଏହି ଚୁକ୍ତି ସାହାଯ୍ୟରେ ପ୍ରଶାନ୍ତ ସାଗରୀୟ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି କରିପାରେ । ଯାହା ଗତ କିଛି ବର୍ଷ ଧରି ଚାଇନା କରି ଆସୁଛି ।