fbpx

ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ଘୋଷଣା ହେଲା ଅଷ୍ଟ୍ରେଲିଆ ଦଳ: ଫେରିଲେ ଷ୍ଟାର ଅଲରାଉଣ୍ଡର

Advertisement

ନୂଆଦିଲ୍ଲୀ: ଭାରତ ବିପକ୍ଷ ବର୍ଡର ଗାଭାସ୍କର ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି । ପଥମ ଦୁଇଟି ଟେଷ୍ଟରେ ପରାଜୟ ସହିତ ଟେଷ୍ଟ ରାଙ୍କିଙ୍ଗରେ ଶୀର୍ଷ ସ୍ଥାନ ହରାଇଛି ଦଳ । ତୃତୀୟ ମ୍ୟାଚ ଆସନ୍ତା ୧ ତାରିଖରୁ ଖେଳାଯିବାକୁ ଥିବା ବେଳେ ଏହାପୂର୍ବରୁ ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଛି ଅଷ୍ଟ୍ରେଲିଆ । ଏହି ଟିମରେ କିଛି ଷ୍ଟାର ଖେଳାଳିଙ୍କ କମବ୍ୟାକ କରାଇଛି ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡ ।

ମାର୍ଚ୍ଚ ୧୭ ତାରିଖରୁ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ପାଇଁ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ତେବେ ଏଥିପାଇଁ ଅତିଥଇ ଦଳ ନିଜର ୧୭ ଜଣିଆ ଟିମ ଘୋଷଣା କରିସାରିଛି । ଏହି ଦଳରେ ଅଷ୍ଟ୍ରେଲିଆ ଦଳର ଷ୍ଟାର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ଏବଂ ମିଚେଲ ମାର୍ଶ କମବ୍ୟାକ କରିଛନ୍ତି । ଏହାବ୍ୟତୀତ ଷ୍ଟାର ଓପନର ଡାଭିଡ ୱାର୍ଣ୍ଣର, ଏଷ୍ଟନ ଏଗର ଏବଂ ପ୍ୟାଟ କମିନ୍ସ ମଧ୍ୟ ଦଳରେ ସ୍ଥାନ ପାଇଛନ୍ତି । ତେବେ ଭିନ୍ନ କାରଣରୁ ଏହି ୩ ଖେଳାଳି ବର୍ଡର ଗାଭାସ୍କର ଟେଷ୍ଟ ସିରିଜକୁ ଅଧାରୁ ଛାଡି ସ୍ୱଦେଶ ଫେରିଯାଇଥିଲେ । କିନ୍ତୁ ଦଳ ପୁଣିଥରେ କମିନ୍ସଙ୍କ ଉପରେ ଭରସା ରଖିଛି ଏବଂ ଦଳର ନେତୃତ୍ୱଭାର ତାଙ୍କୁ ପ୍ରଦାନ କରିଛି ।

ସେପଟେ ଦୀର୍ଘ ଦିନରୁ ଆହତ ସମସ୍ୟା ଯୋଗୁଁ ଦଳରୁ ବାଦ ରହିଥିଲେ ମ୍ୟାକ୍ସୱେଲ ଏବଂ ମାର୍ଶ । ପାଦରେ ଆଘାତ ଯୋଗୁଁ ମ୍ୟାକ୍ସୱେଲ ଦଳରୁ ଦୂରେଇ ରହିଥିବା ବେଳେ ମାର୍ଶ ମଧ୍ୟ ଆହତ ହୋଇ ଦଳରୁ ବାଦ୍ ପଡିଥିଲେ । ତେବେ ଉଭୟ ଖେଳାଳି ଏବେ ସୁସ୍ଥ ହୋଇ ଦଳକୁ ଫେରିଥିବା ବେଳେ ଦିନିକିଆ ସିରିଜ ପାଇଁ ସୁଯୋଗ ମଧ୍ୟ ପାଇଛନ୍ତି ।

ଭାରତ ବିପକ୍ଷ ଦିନିକିଆ ପାଇଁ ଅଷ୍ଟ୍ରେଲିଆ ଦଳ:

ପ୍ୟାଟ କମିନ୍ସ(ଅଧିନାୟକ), ସିନ୍ ଆବୋଟ, ଏଷ୍ଟନ ଏଗର, ଆଲେକ୍ସ କେରୀ, କ୍ୟାମରନ ଗ୍ରୀନ, ଟ୍ରାଭିସ ହେଡ, ଜୋସ ଇଂଲିସ, ମାର୍ନସ ଲାବୁସେନ, ମିଚେଲ ମାର୍ଶ, ଗ୍ଲେନ ମ୍ୟଶକ୍ସୱେଲ, ଝାଏ ରିଚାର୍ଡସନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ଡାଭିଡ ୱାର୍ଣ୍ଣର ଏବଂ ଆଡାମ ଜାମ୍ପା

Get real time updates directly on you device, subscribe now.