fbpx

କଂଗ୍ରେସରୁ ଇସ୍ତଫା ଦେଲେ ସି. ରାଜଗୋପାଳଚାରୀଙ୍କ ନାତି ସି.ଆର କେସବନ

Advertisement

ନୂଆଦିଲ୍ଲୀ: ଆଗକୁ ୨୦୨୪ ଲୋକସଭା ଓ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ କଂଗ୍ରେସରୁ ଜଣେ ବଡ଼ ନେତା ଇସ୍ତଫା ଦେଇଛନ୍ତି । ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ସି. ରାଜଗୋପାଳଳଚାରୀଙ୍କ ନାତି ସି.ଆର କେସବନ ଆଜି କଂଗ୍ରେସରୁ ଇସ୍ତଫା ଘୋଷଣା କରିଛନ୍ତି । କେସବନ ତାଙ୍କର ଇସ୍ତଫା ବାବଦରେ ସୋସିଆଲ ମିଡ଼ିଆରେ ପୋଷ୍ଟ ଶେୟାର କରିଛନ୍ତି ।

କେସବନ ଟ୍ୱିଟ୍ କରିଛନ୍ତି, ପାର୍ଟି ମୋତେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କିଛି ସମର୍ପଣ ନେଇ କାର୍ଯ୍ୟ କରିବାକୁ ପ୍ରେରିତ କରିଆସିଥିଲା । ମାତ୍ର ଗତ କିଛି ସମୟ ଧରି ଉକ୍ତ ମୂଲ୍ୟର କୌଣସି ଅବଶେଷ ଦେଖିବାକୁ ମିଳିନଥିଲା । ଏହି କାରଣରୁ ନିକଟରେ ରାଷ୍ଟ୍ରୀୟ ସ୍ତରର ଏକ ସାଙ୍ଗଠନିକ ଦାୟିତ୍ୱକୁ ମୁଁ ପ୍ରତ୍ୟାଖାନ କରିଦେଇଥିଲି । ଏପରିକି ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼େ ଯାତ୍ରାରେ ମଧ୍ୟ ସାମିଲ ହୋଇନଥିଲି ।

ବର୍ତ୍ତମାନ ମୋ ପାଇଁ ଏକ ରାସ୍ତା ନିର୍ଣ୍ଣୟ କରିବାର ସମୟ ଆସିଯାଇଛି । ଏଥିପାଇଁ ମୁଁ ତ୍ୱରିତ ଭବେ କଂଗ୍ରେସ ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛି । ମୁଁ ଅନ୍ୟ ଦଳରେ ଯୋଗଦେବା ନେଇ କଳ୍ପନାଜଳ୍ପନା ସୃଷ୍ଟି ହେବ । ମାତ୍ର ସେଚ୍ଚୋଟ ଭାବେ କହିବାକୁ ଗଲେ ଏ ବାବଦରେ କାହା ସହ ମୋର କିଛି ଆଲୋଚନା ହୋଇନାହିଁ । ଆଗକୁ କ’ଣ ଘଟିବ ତାହା ମୁଁ ବି ଜାଣିନାହିଁ । ବର୍ଷ ବର୍ଷ ଧରି ମୋତେ ଦାୟିତ୍ୱ ପ୍ରଦାନ କରିଥିବାରୁ ମୁଁ ଦଳ ଓ ସୋନିଆ ଗାନ୍ଧିଙ୍କୁ ଧନ୍ୟବାଦ ଦେଉଛି ।

Get real time updates directly on you device, subscribe now.