fbpx

HDFC ବ୍ୟାଙ୍କ ପରେ ICICI ବ୍ୟାଙ୍କର ବଡ ଘୋଷଣା, ଗୋଟେ ମାସରେ ବଢାଇଲା ୨ଥର ଏଫଡି ସୁଧ

Advertisement

ନୂଆଦିଲ୍ଲୀ: ପ୍ରାଇଭେଟ ସେକ୍ଟରର୍ସ ବ୍ୟାଙ୍କ ଲଗାତାର ଗ୍ରାହକଙ୍କୁ ଉପାହାର ଦେଇଆସୁଛି । ପ୍ରଥମେ HDFC ବ୍ୟାଙ୍କ ନିଜର ଏଫଡି ଉପରେ ସୁଧ ଦର ବୃଦ୍ଧି କରିଥିଲା , ବର୍ତ୍ତମାନ ଆଇସିଆଇସିଆଇ ବ୍ୟାଙ୍କ ପୁଣିଥରେ ଏଫଡି ସୁଧ ରେଟ୍ ବଢାଇଛି । ବ୍ୟାଙ୍କ ତରଫରୁ ଗୋଟିଏ ମାସ ମଧ୍ୟରେ ଲଗାତାର ଦୁଇଥର ସୁଧ ହାର ବୃଦ୍ଧି ଘଟିଛି । ଦୁଇ କୋଟି ରୁ ୫ କୋଟି ପର୍ଯ୍ୟନ୍ତ ଏଫଡି ସୁଧହାର ବୃଦ୍ଧି କରିଛି ।

ଆଇସିଆଇସିଆଇ ବ୍ୟାଙ୍କ Bulk FD  ଉପରେ ସୁଧ ଦର ୦.୨୫ ପ୍ରତିଶତ ବା ୨୫ ବେସିସ ପଏଣ୍ଟ ପର୍ଯ୍ୟନ୍ତ ବଢାଇଛି । ଏହା ପୂର୍ବରୁ ୭ ଫେବୃଆରୀରେ ମଧ୍ୟ ବ୍ୟାଙ୍କ ତରଫରୁ ସୁଧଦର ବଢାଯାଇଥିଲା । ICICI Bank ରେ ଏଫି କରାଇଥିବା ଗ୍ରାହକଙ୍କୁ ବର୍ତ୍ତମାନ ୭ଦିନରୁ ୧୦ ବର୍ଷର ଏଫଡି ଉପରେ ୪.୭୫ ପ୍ରତିଶତ ନେଇ ୭.୧୫ ପ୍ରତିଶତର ସୁଧ ଦର ଦେଉଛି । ସବୁଠାରୁ ଅଧିକ ସୁଧ ୧୫ ମାସର ଫିକ୍ସଡିପୋଜିଟରୁ ମିଳୁଛି ।

ନୂଆ ଦର ଅନୁସାରେ, ଆଇସିଆଇସିଆଇ ବ୍ୟାଙ୍କ ଏଫଡି ଉପରେ ଗ୍ରାହକଙ୍କୁ ୭ରୁ ୧୪ ଏବଂ ୧୫ ରୁ ୨୯ ଦିନର ଏଫଡି ଉପରେ ୪.୭୫ ପ୍ରତିଶତ , ସେହିପରି ୩୦ରୁ ୪୫ ଦିନ ଉପରେ ୫.୫୦ ପ୍ରତିଶତ, ୪୬ ଦିନରୁ ୬୦ ଦିନ ଉପରେ ୫.୭୫ ପ୍ରତିଶତ, ୬୧ ରୁ ୯୦ ଦିନ ପର୍ଯ୍ୟନ୍ତ ୬ପ୍ରତିଶତ, ୧୨୦ଦିନରୁ ୧୨୧ ଦିନ, ୧୫୦ ରୁ ୧୫୧ରୁ ୧୮୪ ଦିନ ପର୍ଯ୍ୟନ୍ତ ୬.୫୦ ପ୍ରତିଶତ, ସେହିପରି ୧୮୫ ରୁ ୨୧୦, ୨୧୧ ରୁ ୨୭୦, ୨୭୧ରୁ ୨୮୯ ଏବଂ ୨୯୦ରୁ ଏକବର୍ଷ ରୁ କମ ଉପରେ ୬.୬୫ ପ୍ରତିଶତ ସୁଧ ଦେଉଛନ୍ତି । ଏହା ବ୍ୟତୀତ ୩୮୯ ଦିନ,୩୯୦ ରୁ ୧୫ ମାସରୁ ୧୮ ମାସର ଅବଧି ଉପରେ ସୁଧ ଦର ୭.୧୫ ପ୍ରତିଶତ ବଢାଇଛି ।

 

Get real time updates directly on you device, subscribe now.