CHARIDHAM

Cricket World Cup 2023; ୫ ଥରର ବିଜେତା ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ପାକିସ୍ତାନର ବୋଲିଂ

ବେଙ୍ଗାଲୁର: ଆଇସିସି ବିଶ୍ୱକପ୍‌ ୨୦୨୩କୁ ନେଇ ଆଜି ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ ଓ ଅଷ୍ଟ୍ରେଲିଆ । ଉଭୟ ଟିମ୍‌ ପାଇଁ ଏହି ମ୍ୟାଚ୍‌ରେ ବିଜୟୀ ନିହାତ ଜରୁରୀ ରହିଥିବା ବେଳେ ପ୍ରଥମେ ଟସ ଜିତି ବୋଲିଂ କରୁଛି ପାକିସ୍ତାନ । ତେବେ ‘ଟସ୍‌’ ଜିତିବା ପରେ ପାକିସ୍ତାନ ଟିମ୍‌ର ଅଧିନାୟକ ବାବର ଆଜମ୍‌ କହିଛନ୍ତି, ଆମେ ପ୍ରଥମେ ବୋଲିଙ୍ଗ୍‌ କରିବୁ। ବାସ୍ତବରେ ପିଚ୍‌ ଖୁବ୍‌ ଭଲ। ଆଗରୁ ଆମେ ମଧ୍ୟ ଦୁଇଟି ସେସନ୍‌ ଖେଳିଛୁ। ଏଥର ଭଲ ଖେଳିବୁ ବୋଲି ଆଶା ରହିଛି । ବ୍ୟାଟିଙ୍ଗ୍‌ରେ ଭଲ କରିବା ନିହାତି ଆବଶ୍ୟକ। ଆମେ ପାରୁପର୍ୟ୍ୟନ୍ତ ଚେଷ୍ଟା କରିବୁ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ସେପଟେ ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍‌ କ୍ୟୁମିନ୍‌ କହିଛନ୍ତି, ଆମେ ମଧ୍ୟ ପ୍ରଥମେ ବୋଲିଙ୍ଗ୍‌ କରିଥା’ନ୍ତୁ। ଆମ ଖେଳାଳିମାନେ ଏହି ମ୍ୟାଚରେ ବହୁତ ଭଲ ଖେଳିବେ। ଶ୍ରୀଲଙ୍କା ବିପକ୍ଷରେ ଯେମିତି ପୂର୍ବ ମ୍ୟାଚ ଖେଳିଥିଲୁ ଏଥିରେ ବି ସେମିତି ଖେଳିବୁ ବୋଲି ମତାମତ ରଖିଛନ୍ତି ।

ସୂଚନା ଥାଉକି, ଅଷ୍ଟ୍ରେଲିଆ ଦୁଇଟି ପରାଜୟ ପରେ ବିଜୟ ଧାରାକୁ ଫେରିଥିବା ବେଳେ ପାକିସ୍ତାନ ମଧ୍ୟ ବିଜୟ ସହ ଆଗକୁ ଯିବାକୁ ଲକ୍ଷ୍ୟ ରଖିଛି। ତେବେ ୫ ଥରର ବିଜେତା ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଂ ଜାରି ରଖିଛି ପାକିସ୍ତାନ । ବର୍ତ୍ତମାନ ଦଶମ ଓଭର ଜାରି ରହିଥିବା ବେଳେ କୌଣସି ୱିକେଟ୍‌ ନ ହରାଇ ୮୪ ରନ୍ ସଂଗ୍ରହ କରିଛି ଟିମ୍ ଅଷ୍ଟ୍ରେଲିଆ ।