fbpx

IndvAus- ଟସ ଜିତି ଅଷ୍ଟ୍ରେଲିଆର ବୋଲିଂ: ପ୍ଲେଇଙ୍ଗ XIରେ ଏହି ଖେଳାଳି ମାରିଲେ ସରପ୍ରାଇଜ ଏଣ୍ଟ୍ରି

ନୂଆଦିଲ୍ଲୀ: ମୋହାଲୀ କ୍ରିକେଟ ଗ୍ରାଉଣ୍ଡରେ ଆରମ୍ଭ ହୋଇଯାଇଛି ଭାରତ-ଅଷ୍ଟ୍ରେଲିଆ ଟି-୨୦ ସିରିଜ । ପ୍ରଥମ ଟି-୨୦ରେ ଟସ ଜିତି ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ୍ । ତେବେ ଏହି ମ୍ୟାଚରେ ସବୁଠୁ ଆଶ୍ଚର୍ଯ୍ୟଜନକ ରହିଛି ଭାରତୀୟ ଦଳର ଟିମ୍ । ଏହି ମ୍ୟାଚରେ ଷ୍ଟାର ପ୍ଲେୟର ଋଷଭ ପନ୍ତ ଏବଂ ଜଶପ୍ରୀତ ବୁମରାହଙ୍କୁ ବାଦ ଦିଆଯାଇଛି । ତେବେ ଦୀର୍ଘ ଦିନ ପରେ ଟିମକୁ କମବ୍ୟାକ କରିଛନ୍ତି ଫାଷ୍ଟ ବୋଲର ଉମେଶ ଯାଦବ ।

ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ଭଳି ଏକ ସଫଳ ଟିମ ବିପକ୍ଷରେ ଜଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାବ୍ୟତୀତ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ମଧ୍ୟ ଦଳରୁ ନିଜ ସ୍ଥାନ ହରାଇଛନ୍ତି । ତାଙ୍କ ସ୍ଥାନରେ ଭେଟେରାନ ପ୍ଲେୟର ଦୀନେଶ କାର୍ତ୍ତିକଙ୍କୁ ସ୍ଥାନ ଦେଇଛି ଟିମ ମ୍ୟାନେଜମେଣ୍ଟ । ସେହିପରି ମହମ୍ମଦ ଶାମୀଙ୍କ ସ୍ଥାନରେ ଦଳକୁ ସରପ୍ରାଇଜ କମବ୍ୟାକ କରିଛନ୍ତି ଉମେଶ ଯାଦବ । ଦୀର୍ଘ ଦିନ ଦଳରୁ ଦୂରେଇ ରହିବା ପରେ ଏହି ମ୍ୟାଚରେ ଏକ ସରପ୍ରାଇଜ ଏଣ୍ଟ୍ରି କରିଛନ୍ତି । ଏହାସହିତ ପ୍ରଥମ ମ୍ୟାଚରେ ହିଁ ସେ ବୁମରାହଙ୍କ ସ୍ଥାନରେ ପ୍ଲେଇଙ୍ଗ ୧୧ରେ ସ୍ଥାନ ପାଇଛନ୍ତି ।

ତେବେ ଉମେଶ ଯାଦବଙ୍କ ପ୍ରଦର୍ଶନ ଉପରେ ନଜର ରଖିବ ଟିମ ମ୍ୟାନେଜମେଣ୍ଟ । କାରଣ ମହମ୍ମଦ ଶାମୀଙ୍କ ଆହତ ସମସ୍ୟା କିମ୍ବା ଅନ୍ୟ କୌଣସି ଖେଳାଳିଙ୍କ ଆଘାତରେ ଟିମ ଇଣ୍ଡିଆ ଉମେଶ ଯାଦବଭ୍କୁ ସ୍ତାନ ଦେବା ଲକ୍ଷ୍ୟରେ ରହିପାରେ । ଅନ୍ୟ ପକ୍ଷରେ ଅଷ୍ଟ୍ରେଲିଆ ପକ୍ଷରୁ ଟି-୨୦ ଡେବ୍ୟୁ କରିଛନ୍ତି ଟିମ ଡାଭିଡ । ଟିମର ଷ୍ଟାର ପ୍ଲେୟର ମାଥ୍ୟୁ ୱେଡ ତାଙ୍କୁ କ୍ୟାପ ପ୍ରଦାନ କରିଛନ୍ତି ।

ଭାରତର ପ୍ଲେଇଙ୍ଗ ୧୧:

ରୋହିତ ଶର୍ମା(ଅଧିନାୟକ), କେ.ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ(ୱିକେଟ କିପର), ଅକ୍ସର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ ।

ଅଷ୍ଟ୍ରେଲିଆ ପ୍ଲେଇଙ୍ଗ ୧୧:

ଆରୋନ ଫିଞ୍ଚ(ଅଧିନାୟକ), କ୍ୟାମେରନ ହ୍ୱାଇଟ, ଷ୍ଟଭେନ ସ୍ମିଥ, ଗ୍ଲେନ ମ୍ୟାକ୍ସୱେଲ, ଜୋସ ଇଂଲିସ, ମାଥ୍ୟୁ ୱେଡ(ୱିକେଟ କିପର), ପ୍ୟାଟ କମିନ୍ସ, ନାଥନ ଏଲିସ, ଆଡାମ ଜାମ୍ପା, ଜୋସ ହାଜେଲଉଡ ।

Get real time updates directly on you device, subscribe now.