fbpx

Sushil Modiଙ୍କୁ ହତ୍ୟା ଧମକ, ପଶ୍ଚିମବଙ୍ଗରୁ ମିଳିଲା ଧମକଭରା ଚିଠି

ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀଙ୍କୁ ହତ୍ୟା ଧମକ ଦିଆଯାଇଛି । ଏନେଇ ଏକ ଧମକଭରା ପତ୍ର ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରୁ ମିଳିଛି । ଉକ୍ତ ଚିଠିଟି ସ୍ପିଡ୍ ପୋଷ୍ଟରେ ଆସିଥିବା ଜଣାପଡ଼ିଛି । ଚିଠିରେ ସୁଶୀଲଙ୍କୁ ହତ୍ୟା ଧମକ ଦିଆଯାଇଥିବା ଜଣାପଡ଼ିବା ପରେ ଏବେ ରାଜନୈତିକ ମହଲରେ ତୋଫାନ୍ ମଚିଯାଇଛି ।

ଉକ୍ତ ଧମକଭରା ପତ୍ରରେ ଲେଖାଯାଇଛି, ମୁଁ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛି ଯେ ମୁଁ ତୃଣମୂଳ କଂଗ୍ରେସର ନେତା ଅଟେ । ମମତା ବାନାର୍ଜୀ ଭାରତର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି । ମମତା ଓ ନୀତିଶ କୁମାର ଜିନ୍ଦାବାଦ, ମୁଁ ଆପଣଙ୍କୁ ହତ୍ୟା କରିଦେବି ।

ସ୍ପିଡ ପୋଷ୍ଟରେ ଆସିଥିବା ଉକ୍ତ ଚିଠିଟି ଇଂରାଜୀ ଭାଷାରେ ଲେଖାଯାଇଥିଲା । ଠିକଣା ଚମ୍ପା ସୋମ (ସୋମା) ପୋଷ୍ଟ, ଗ୍ରାମ-ରାୟନ, ଜିଲ୍ଲା-ପୂର୍ବ ବର୍ଦ୍ଧମାନ, ପଶ୍ଚିମବଙ୍ଗ- ୭୧୩୧୦୪ । ଉକ୍ତ ପତ୍ରରେ ମୋବାଇଲ ୭୫୦୧୬୨୦୦୧୯ ମଧ୍ୟ ଲେଖାଯାଇଥିଲା । ଏହି ଚିଠିଟି ଚମ୍ପା ସୋମଙ୍କ ନାମରେ ଆସିଥିବା ବେଳେ ତାଙ୍କର ରାଜେନ୍ଦ୍ର ନଗର ସ୍ଥିତ ଏକ ଘରୋଇ ବାସଭବନରୁ ମିଳିଥିଲା । ତେବେ ପାଟନାର ବରୀୟ ଆରକ୍ଷୀ ଅଧିକ୍ଷକଙ୍କୁ ଏନେଇ ସୁଶୀଲ ଅବଗତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି । ସୁଶୀଲ ଏ ବିଷୟରେ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଶେୟାର କରି ସୂଚନା ଦେଇଥିଲେ ।

Get real time updates directly on you device, subscribe now.