fbpx
BJD SKY
BJD SKY

AUS vs NZ : ଅଷ୍ଟ୍ରେଲିଆ ପ୍ରଶଂସକ ଲଗାଇଲେ ‘ଭାରତ ମାତା କି ଜୟ’ ଓ ‘ଜୟ ଶ୍ରୀ ରାମ’ର ନାରା, Video ହେଉଛି ଭାଇରାଲ

BJD

ନୂଆଦିଲ୍ଲୀ: ଆଇସିସି କ୍ରିକେଟ୍ ବିଶ୍ୱକପ୍ ୨୦୨୩ରେ ଅଷ୍ଟ୍ରେଲିଆ ବନାମ ନ୍ୟୁଜଲ୍ୟାଣ୍ଡ ମୁକାବିଲା ସମୟରେ ଧର୍ମଶାଳା ଷ୍ଟାଡିୟମରେ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ୍ ଷ୍ଟାଡିୟମରେ ଦର୍ଶକଙ୍କ ପ୍ରବଳ ଭିଡ ମଧ୍ୟରେ ପ୍ରଶଂସକମାନେ ‘ଭାରତ ମାତା କି ଜୟ’ ଓ ‘ବନ୍ଦେ ମାତରମ୍’ର ନାରା ଲଗାଇଥିଲେ । ଏହାପରେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଏହା ପୂର୍ବରୁ ବିଶ୍ୱକପ୍ ୨୦୨୩ରେ କ୍ରିକେଟ ଫ୍ୟାନ୍ସମାନେ ଅନେକ ନାରା ଲଗାଇଥିବା ଦେଖିବାକୁ ମିଳିସାରିଛି । ଏହା ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚରେ ମଧ୍ୟ ପ୍ରଶଂସକମାନେ ‘ଜୟ ଶ୍ରୀ ରାମ’ ନାରା ଲଗାଇଥିଲେ । ଏହା ବ୍ୟତୀତ ଭାରତୀୟ ଦର୍ଶକମାନେ ପାକିସ୍ତାନୀ ଖେଳାଳିଙ୍କର ହୁଟିଂ କରିଥିଲେ । ଏହାପରେ ପାକିସ୍ତାନ କ୍ରିକେଟ ବୋର୍ଡ ଏହାର ଅଭିଯୋଗ ନେଇ ଆଇସିସି ପାଖରେ ପହଞ୍ଚିଥିଲା ।

ତେବେ ଧର୍ମଶାଳାର ହିମାଚଳପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୨୭ତମ ମ୍ୟାଚରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡକୁ ୫ ରନରେ ପରାଜିତ କରିଛି। ଧାର୍ଯ୍ୟ ୩୮୯ ରନ ଲକ୍ଷ୍ୟର ପିଛା କରି ନ୍ୟୁଜିଲାଣ୍ଡ ୫୦ ଓଭରରେ ୯ ଓ୍ବିକେଟ ହରାଇ ୩୮୩ ରନ ସଂଗ୍ରହ କରିଥିଲା। ତେବେ ଲଢୁଆ ବ୍ୟାଟିଂ ସତ୍ତ୍ୱେ ନ୍ୟୁଜିଲାଣ୍ଡ ପରାଜୟ ସ୍ବୀକାର କରିଛି।

ନ୍ୟୁଜିଲାଣ୍ଡ ଅଧିନାୟକ ଟମ ଲାଥମ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ପ୍ୟାଟ କ୍ୟୁମିନ୍ସଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୯.୨ ଓଭରରେ ୧୦ ଓ୍ବିକେଟ ହରାଇ ୩୮୮ ରନ ସଂଗ୍ରହ କରିଥିଲା। ଫଳରେ ନ୍ୟୁଜିଲାଣ୍ଡ ପାଇଁ ୩୮୯ ରନର ବିଜୟ ଲକ୍ଷ୍ୟ ରହିଥିଲା। ଟ୍ରାଭିସ ହେଡ ୧୦୯ ଏବଂ ଡେଭିଡ ୱାର୍ନର ୮୧ ରନ କରି ଅଷ୍ଟ୍ରେଲିଆ ପାଇଁ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ।

Get real time updates directly on you device, subscribe now.