fbpx

World Cupରେ ଅଷ୍ଟ୍ରେଲିଆର ଦମଦାର କମବ୍ୟାକ: ଶ୍ରୀଲଙ୍କାକୁ 209 ରନରେ କଲା ଅଲଆଉଟ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପର ସର୍ବଶ୍ରେଷ୍ଠ ଦଳ ଅଷ୍ଟ୍ରେଲିଆ ନିଜର ଦବଦବା ଆରମ୍ଭ କରିଛି । ପ୍ରଥମ ଦୁଇଟି ମ୍ୟାଚରେ ପରାସ୍ତ ହେବା ପରେ ଶ୍ରୀଲଙ୍କା ଉପରେ ଭାରୀ ପଡ଼ିଛି ଅଷ୍ଟ୍ରେଲିଆର ବୋଲିଂ ଆଟାକ୍ । ୩ ଜଣ ବୋଲରଙ୍କୁ ସାମ୍ନା କରିବାରେ ଅସମର୍ଥ ହୋଇଛି ଶ୍ରୀଲଙ୍କା ଟିମ୍ । ଫଳରେ ଦଳର ୭ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁବା ପୂର୍ବରୁ ପାଭିଲିୟନ ଫେରିଛନ୍ତି । ଅଷ୍ଟ୍ରେଲିଆର ସ୍ପିନ ବୋଲର ଆଡାମ୍ ଜାମ୍ପା ଶ୍ରୀଲଙ୍କା ଦଳର ବ୍ୟାଟିଂ ଅର୍ଡରକୁ ଧ୍ୱସ୍ତ କରି ଦଳକୁ କମବ୍ୟାକ କରାଇଛନ୍ତି । ଏହି ମ୍ୟାଚରେ ସର୍ବାଧିକ ୪ଟି ଶକାର କରି ସଫଳ ବୋଲର ହୋଇଛନ୍ତି ଜାମ୍ପା । ଫଳରେ ଅଷ୍ଟ୍ରେଲିଆକୁ ବିଜୟ ପାଇଁ ମାତ୍ର ୨୧୦ ରନର ଟାର୍ଗେଟ ମିଳିପାରିଛି ।

ଅଷ୍ଟ୍ରେଲିଆର ବୋଲିଂ ଆଟାକ ଶ୍ରୀଲଙ୍କା ଦଳକୁ ସମ୍ପୂର୍ଣ୍ଣ ଭାବରେ ବିଫଳ କରି ବଡ଼ ଟାର୍ଗେଟରୁ ମୁକ୍ତ ହୋଇଛି । ଏଥିସହିତ ଦଳର ବୋଲର ବିଶ୍ୱକପରେ କମବ୍ୟାକ କରିବା ସହ ଏକ ନୂଆ ଆତ୍ମବିଶ୍ୱାସ ପାଇଛି । ଅଷ୍ଟ୍ରେଲିଆର ୩ ଜଣ ବୋଲରଙ୍କ ଆଗରେ ମୁଣ୍ଡ ନୁଆଁଇଛି ସିଂହଳୀ ଦଳର ବ୍ୟାଟିଂ ଅର୍ଡର । ଫଳରେ ମାତ୍ର ୩ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁବାରେ ସଫଳ ହୋଇଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ବା ସର୍ବାଧିକ ୪ଟି ଟି ୱିକେଟ ନିଜ ନାମରେ କରିଛନ୍ତି । ଏହାବ୍ୟତୀତ ଅଧିନାୟକ ପ୍ୟାଟ କମିନ୍ସ ଏବଂ ଷ୍ଟାର ବୋଲର ମିଚେଲ ଷ୍ଟାର୍କ ୨ଟି ଲେଖାଏଁ ସଫଳତା ହାସଲ କରିଥିବା ବେଳେ ଅଲରାଉଣ୍ଡର ଗ୍ଲେନ ମାକ୍ସୱେଲ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି । ଦମଦାର ବୋଲିଂ ସହ ଶ୍ରୀଲଙ୍କାକୁ ମାତ୍ର ୨୦୯ ରନରେ ଅଟକାଇଛି ଅଷ୍ଟ୍ରେଲିଆ ।
ତେବେ ଶ୍ରୀଲଙ୍କା ପକ୍ଷରୁ ଦୁଇ ଓପନରଙ୍କ ଚରିଥ ଅଶଲଙ୍କା ହିଁ ଦଳ ପକ୍ଷରୁ ଦୁଇ ଅଙ୍କ ଛୁଇଁବାରେ ସଫଳ ହୋଇଛନ୍ତି । କୁସଲ ପେରେରା ସର୍ବାଧିକ ୭୮ ରନ୍ କରିଥିବା ବେଳେ ସାଥୀ ଖେଳାଳି ପଥୁମ ନିଶଙ୍କା ୬୧ ରନ୍ କରି ପାଭିଲିୟନ ଫେରିଛନ୍ତି । ତେବେ ଉଭୟ ଖେଳାଳି ଅଷ୍ଟ୍ରେଲୀୟ ଅଧିନାୟକ ପ୍ୟାଟ କମିନ୍ସଙ୍କ ଶିକାର ପାଲଟିଛନ୍ତି । ଏହାବ୍ୟତୀତ ଚରିଥ ଅଶଲଙ୍କା ୨୫ ରନ୍ କରି ମାକ୍ସୱେଲଙ୍କ ବଲରେ ଆଉଟ ହୋଇଥିଲେ । ତେବେ ବ୍ୟାଟିଂ ଡିପାର୍ଟମେଣ୍ଟର ଦୁର୍ବଳ ପ୍ରଦର୍ଶନ ଯୋଗୁଁ ଅଷ୍ଟ୍ରେଲିଆକୁ ମାତ୍ର ୨୧୦ ରନର ଟାର୍ଗେଟ ଦେଇଛି ଶ୍ରୀଲଙ୍କା ।

Get real time updates directly on you device, subscribe now.