fbpx

ଜେଲ ଗଲେ ପାରାଦୀପର ଲାଞ୍ଚଖୋର ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ

ଭୁବନେଶ୍ୱର; ଜେଲଗଲେ ପାରାଦୀପର ଲାଞ୍ଚଖୋର ଡାକ୍ତର । ସିବିଆଇ ଦ୍ୱାରା ଗିରଫ ଅଭିଯୁକ୍ତ ଡ଼. ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଆଜି କୋର୍ଟରେ ହାଜର କରାଯିବା ପରେ ଜେଲ ପଠାଇ ଦିଆଯାଇଛି । ତେବେ ଆଜି ସିବିଆଇର ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେଵା ପରେ ତାଙ୍କୁ ଜେଲ ପଠା ଯାଇଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉକି, ଏହି ଡାକ୍ତରଙ୍କ ପାଖରୁ ଅପର୍ଯ୍ୟାପ୍ତ ସୁନା ଅଳଙ୍କାର, ଆମେରିକୀୟ ଡଲାର ସାଙ୍ଗକୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ଜବତ ହୋଇଥିଲା । ପରେ ସାମ୍ନାକୁ ଆସିଥିଲା ଡାକ୍ତରଙ୍କ କୋଟି କୋଟି ଟଙ୍କା ସମ୍ପତ୍ତିର ଏକ ଲମ୍ବା ଚିଠା । ଜଣେ ମାମୁଲି ଡାକ୍ତରଙ୍କ ପାଖରେ କୋଟି କୋଟି ଟଙ୍କାର ଧନ ସମ୍ପତ୍ତି କେଉଁଠୁ ଆସିଲା ତାହା ସମସ୍ତଙ୍କୁ ଚକିତ କରିଥିବା ବେଳେ ବର୍ତ୍ତମାନ ଆହୁରି ବି ଗୁମର ଫିଟିବାରେ ଲାଗିଛି ।

ଲୁଟ ଟଙ୍କାରେ ଅଭିଯୁକ୍ତ ଡାକ୍ତର ମାଆଙ୍କୁ ୮୦ ଲକ୍ଷ ଟଙ୍କାର ଫ୍ଲାଟ୍ ଗିପ୍ଟ କରିଥିବା ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । ଭୁବନେଶ୍ୱର ନୟାପଲ୍ଲୀରେ ଏକ ଥ୍ରି ବିଏଚକେ ଫ୍ଲାଟ କିଣିଥିଲା ଅଭଯୁକ୍ତ ପାଣିଗ୍ରାହୀ । ଜଣେ ବିଲଡର ଠାରୁ ନଗଦ ଟଙ୍କା ଦେଇ ଏହି ଫ୍ଲାଟ କିଣା ଯାଇଥିଲା । ତେବେ ଏହି ନୂଆ ଫ୍ଲାଟରେ ସିବିଆଉ ଚଢ଼ାଉ କରିଛି । ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆଦାୟ ସହ ବିଲଡରକୁ ଖୁବଶୀଘ୍ର ପଚରାଉଚରା କରାଯିବ ବୋଲି ଚର୍ଚ୍ଚା ହେଉଛି । କେବଳ ସେତିକି ନୁହେଁ ଭୁବନେଶ୍ୱରରେ ରହୁଥିବା ଡାକ୍ତରଙ୍କ ସମ୍ପର୍କୀୟମାନଙ୍କ ଘରେ ମଧ୍ୟ ସିବିଆଇର ସ୍ୱତନ୍ତ୍ର ଟିମ୍ ରେଡ କରିଥିଲା । ଅନ୍ୟପଟେ ଏହି ଘଟଣାରେ ଖୁବଶୀଘ୍ର ଡାକ୍ତରଙ୍କ ସମ୍ପର୍କୀୟଙ୍କୁ ସିବିଆଇ ଅଫିସରୁ ଡାକରା ଆସିପାରେ ବୋଲି ବିଶେଷ ସ୍ୱତ୍ରରୁ ଖବର ମିଳିଛି । ରିମାଣ୍ଡର ଶେଷ ଦିନରେ ଅଭିଯୁକ୍ତ ପାଣିଗ୍ରାହୀ ଏକାଧିକ ବ୍ୟକ୍ତିଙ୍କୁ ଟଙ୍କା ମଧ୍ୟ ଦେଇଥିବା ସିବିଆଇ ଆଗରେ ମାନିଛି ।

ଏଠାରେ କହି ରଖୁଛୁ ଯେ, କୋଭିଡ ପରେ ସବୁ ବନ୍ଦର ଭଳି ପାରାଦୀପ ବନ୍ଦରରେ ମଧ୍ୟ ବନ୍ଦର ସ୍ୱାସ୍ଥ୍ୟ ସଂଗଠନ ଖୋଲାଯାଇଛି । ଏଠାରେ କାର୍ଯ୍ୟରତ ଥିଲେ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ । ସିପିଂ କମ୍ପାନୀ କର୍ମଚାରୀଙ୍କୁ ଫିଟ୍ନେସ୍ ସାର୍ଟିଫିକେଟ ଦେବା ପାଇଁ ମୋଟା ଅଙ୍କର ଟଙ୍କା ଦାବି କରୁଥିଲେ । ଏହା ସହ ୪ବର୍ଷ ହେଲା ଡାକ୍ତର ରାଜେନ୍ଦ୍ର ନାରାୟଣ ସିପିଂ କମ୍ପାନୀ କର୍ମଚାରୀଙ୍କୁ ହଇରାଣ କରୁଥିଲେ । ଏମିନେନ୍ସ କମ୍ପାନି କର୍ମଚାରୀ ଆଲୋକ ରାଉତଙ୍କ ଅଭିଯୋଗ ପରେ ଚଢ଼ାଉ କରି ଡାକ୍ତରଙ୍କୁ ଗିରଫ କରିଥିଲା ସିବିଆଇ । ମହାମାରୀ କରୋନା ସମୟରେ ଡାକ୍ତର ରାଜେନ୍ଦ୍ର ନାରାୟଣ ବେଆଇନ ଭାବେ କରୋନା କ୍ଳିଅରାନ୍ସ ସାର୍ଟିଫିକେଟ ପ୍ରସ୍ତୁତ କରୁଥିବା ଅଭିଯୋଗ ମଧ୍ୟ ହୋଇଥିଲା ।

 

Get real time updates directly on you device, subscribe now.