fbpx
BSKY SKY
BSKY SKY

ପ୍ରେମିକଙ୍କ ପାଇଁ ଗାଡ଼ି ପଛରେ ଅଟୋବାଲା ଲେଖିଲା ଏପରି ଜିନିଷ, ଯାହାକୁ ପଢି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

BSKY

ନୂଆଦିଲ୍ଲୀ: ସାଧାତଣତଃ ଟ୍ରକ ଏବଂ ଅଟୋ ପଛରେ କିଛି ସନ୍ଦେସ ଲେଖାଯିବା ଏକ ସାଧାରଣ କଥା । ହେଲେ କିଛି କିଛି ସମୟରେ ଗାଡ଼ି ପଛରେ ଏପରି ପଞ୍ଚ ଲାଇନ ଲେଖାଯାଏ ଯାହାକି ଲୋକମାନଙ୍କୁ ତାହା ଭାବିବାକୁ ବାଧ୍ୟ କରିଦିଏ । ବହୁ ଅଟୋ ଡ୍ରାଇଭର ମଧ୍ୟ ନିଜ ଗାଡ଼ି ପଛରେ ପଞ୍ଚ ଲାଇନ ଲେଖନ୍ତି । ତେବେ ଆଜି ଆପଣଙ୍କୁ ଏକ ଏପରି କଥା କହିବାକୁ ଯାଉଛୁ ଯାହାକୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ଅଟୋବାଲା ନିଜ ଗାଡ଼ି ପଛରେ ଏକ ଅଜବ ସନ୍ଦେସ ଲେଖିଛି ।

ଏକ୍ସ ୟୁଜର୍ସ ସମର ଇଲାରନକର ଅଟୋ ପଛର ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଲେଖାଯାଇଛି ଯେ, ବାସ୍ତବରେ, ବେଙ୍ଗାଲୁରୁର ଅଟୋ ଚାଳକ ଏବଂ ତାଙ୍କ ଦାର୍ଶନିକ ଭାବନା । ଏହି ଅଟୋ ପଛରେ ଏହା ଲେଖାଯାଇଛି ଯେ, ‘ପ୍ରେମ ପାର୍କରେ ବୁଲିବା ପରି’ । ଏହି ଲାଇନକୁ ଲାଲ ରଙ୍ଗରେ ଲେଖାଯଇଛି । ଏଥିରେ ଜୁରାସିକ ପାର୍କ ମଧ୍ୟ ଲେଖାଯାଇଛି । ସାଇ-ଫାଇ ଫିଲ୍ମର ସିରିଜ ଜୁରାସିକ ପାର୍କର ସନ୍ଦର୍ଭ ଦେଇଥାଏ । ଏହି ଫିଲ୍ମରେ ଭୟଙ୍କର ଜଙ୍ଗଲରେ ବହୁ ସ୍ଥାନରେ ଡାଏନେସରକୁ ସାମ୍ନା କରିବାକୁ ପଡିଥାଏ ।

ଏହ ପୋଷ୍ଟକୁ ଗୋଟିଏ ଦିନ ପୂର୍ବରୁ ସେୟାର କରାଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଏହି ପୋଷ୍ଟରେ ୮୭,୦୦୦ ରୁ ଅଧିକ ଥର ଦେଖାଯାଇଛି । ଟ୍ୱିଟରରେ ପାଖାପଖି ଏଥିରେ ୧୬,୦୦ ଲାଇକ୍ ମିଳିଛି । ଲୋକମାନେ ପୋଷ୍ଟରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

Get real time updates directly on you device, subscribe now.