fbpx

ସିଗାରେଟ ରଖିଥିଲେ ଏବେଠୁ ସାବଧାନ୍! ବଡ଼ ପଦକ୍ଷେପ ନେବ ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ନୂଆ ପୋର୍ଟାଲ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଲୋକଙ୍କ ପାଇଁ ଏକ ବଡ଼ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏଣିକି ସିଗାରେଟ ରଖିବା ପଡ଼ିପାରେ ମହଙ୍ଗା । ପାଖରେ ଇ-ସିଗାରେଟ ରଖିବା ଏକ ବେଆଇନ୍ କାର୍ଯ୍ୟ ବୋଲି ମନ୍ତ୍ରାଳୟ ସୂଚନା ଦେଇଛି । ତେଣୁ ଇ-ସିଗାରେଟ ରଖିଥିବା ଲୋକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ତେବେ ଆଇନକୁ ଅବମାନନା କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତାଳୟ ତରପରୁ କୁହାଯାଇଛି ।

ସ୍ୱାସ୍ଥ୍ୟ ବିଭାଗ କହିଛି ଯେ, ଇ-ସିଗାରେଟ ବା ଏହିଭଳି ଅନ୍ୟ ଜିନିଷ ରଖିବା ଇଲେକ୍ଟ୍ରୋନିକ ସିଗାରେଟ ନିଷେଧ ନିୟମ-୨୦୧୯ ଅନୁଯାୟୀ ଆଇନର ଉଲ୍ଲଙ୍ଘନ । ଗତ ମାସ ନାଗରିକ ଉଡ୍ଡୟନ ମନ୍ତ୍ରାଳୟକୁ ଏହାର ସ୍ପଷ୍ଟୀକରଣ ପଠାଯାଇଥିଲା । ଇ-ସିଗାରେଟ ନିଷେଧ ନିୟମରେ ଏହାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ନେଇ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ ବୋଲି ସେମାନେ କହିଛନ୍ତି । ତେବେ କାନୁନ ଇ-ସିଗାରେଟର ଉତ୍ପାଦନ, ବିନିର୍ମାଣ, ଆମଦାନୀ, ରପ୍ତାନୀ, ପରିବହନ, ବିକ୍ରି, ବିତରଣ, ସଂରକ୍ଷଣ ଏବଂ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏହି ନିୟମ ଲାଗୁ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଉପ ସଚିବ ଡା. ପୁଲକେଶ କୁମାର କହିଛନ୍ତି ଯେ, ପିଇସିଏ ୨୦୧୯ର ନିୟମ ଉଲ୍ଲଙ୍ଘନ ନ କରି ଦେଶରେ ପ୍ରତିବନ୍ଧକ ଲାଗୁ ହୋଇନାହିଁ । କିନ୍ତୁ ଇଲେକ୍ଟ୍ରୋନିକ ନିକୋଟିନ ସିଷ୍ଟମ, ହିଟ ନଟ ବର୍ଣ୍ଣ ଉତ୍ପାଦ, ଇ-ହୁକା ଏବଂ ଏଭଳି ଉପକରଣ ସାମିଲ ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ, ଜନସ୍ୱାସ୍ଥ୍ୟର ହିତ ଏବଂ ଲୋକଙ୍କ କ୍ଷତିରୁ ବଞ୍ଚାଇବା ପାଇଁ ପ୍ରଣୟନ କରାଯାଇଛି ଏହି ନିୟମ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପିଇସିଏ ଅଧୀନରେ ଉଲ୍ଲଙ୍ଘନର ସୂଚନା ଦେବା ପାଇଁ ଅନଲାଇନ ପୋର୍ଟାଲ ମଧ୍ୟ ଆରମ୍ଭ କରିଛି । ଏହା ପୋର୍ଟାଲ ମନ୍ତ୍ରାଳୟକୁ ଉଲ୍ଲଙ୍ଘନ ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁମତି ଦେବ । କୌଣସି ବ୍ୟକ୍ତି ଏହି ନିୟମ ଉଲ୍ଲଙ୍ଘନର ରିପୋର୍ଟ ଲିଙ୍କକୁ ଯାଇ କରିପାରିବେ ।

Get real time updates directly on you device, subscribe now.