fbpx

କନିଷ୍ଠ ସହାୟକ ପଦ ପାଇଁ ଜାରି ହେଲା ବିଜ୍ଞପ୍ତି: ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମରେ ନିଯୁକ୍ତି ସୁଯୋଗ

ଚାକିରି ଖୋଜୁଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ନିଯୁକ୍ତି ସୁଯୋଗ । ଓଡ଼ିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଲିମିଟେଡ (ଓପିଏଚଡବ୍ଲ୍ୟୁସି) ପକ୍ଷରୁ କନିଷ୍ଠ ସହାୟକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶିତ ହୋଇଛି । ପ୍ରାର୍ଥୀଙ୍କୁ ଏଥିପାଇଁ ଅଫଲାଇନ୍ ମୋଡ଼ରେ ଆବେଦନ କରିବାକୁ ପଡ଼ିବ । ସେପ୍ଟେମ୍ବର ମାସ ୨୨ ତାରିଖ ଠାରୁ ଅକ୍ଟୋବର ୧୭ ତାରିଖ ମଧ୍ୟରେ ଆବେଦନ କରିବାକୁ ପଡ଼ିବ ।

ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା କଳା / ବିଜ୍ଞାନ / ବାଣିଜ୍ୟରେ ସ୍ନାତକ ପାସ୍ ସହିତ କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ । ଏଥିସହିତ ପ୍ରାର୍ଥୀଙ୍କର ଅତିକମରେ ଏକ ବର୍ଷର ଏସଏପି-ଇଆରପି ପ୍ଲାଟଫର୍ମରେ ସ୍ଥାୟୀ / ଠିକା / ଆଉଟସୋର୍ସ କର୍ମଚାରୀ ଭାବେ ଅଭିଜ୍ଞତା ରହିଥିବା ଆବଶ୍ୟକ । ପ୍ରାଥୀ ରାଜ୍ୟ ସରକାରଙ୍କ / କେନ୍ଦ୍ର ସରକାର / ରାଜ୍ୟ ପବ୍ଲିକ ସେଣ୍ଟର ଅଣ୍ଡରଟେକିଂ / ସେଣ୍ଟ୍ରାଲ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ଅଧିନରେ କାର୍ଯ୍ୟ କରିଥିବା ଆବଶ୍ୟକ ।

ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ଚଳିତ ବର୍ଷ ଜାନୁଆରୀ ମାସ ୧ ତାରିଖ ସୁଦ୍ଧା ହିସାବକୁ ନିଆଯିବ । ପ୍ରାର୍ଥୀଙ୍କର ବୟସ ୨୧ରୁ ୩୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ । ଅନୁସୂଚିତ ଜାତି (ଏସସି) / ଅନୁସୂଚିତ ଜନଜାତି (ଏସଟି) / ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ବର୍ଗ (ଏସଇବିସି) / ମହିଳା ପ୍ରାର୍ଥୀଙ୍କ ପାଇଁ ସରକାରୀ ନିୟମ ଅନୁସାରେ ୫ ବର୍ଷର ବୟସ କୋହଳ କରାଯିବ । ଏହି ପଦରେ ଆବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କୁ କୌଣସି ଆବେଦନ୍ ଫିସ୍ ଦେବାକୁ ପଡ଼ିବ ନାହିଁ ।

ନୋଟିଫିକେସନ ଲିଙ୍କ: https://ophwc.nic.in/sites/default/files/public/advt/Junior%20Assistant.pdf

Get real time updates directly on you device, subscribe now.