fbpx

ବିଦେଶୀ ମହିଳାଙ୍କ ହେଲା ଅଟୋ ଲିଭର ଟ୍ରାନ୍ସପ୍ଲାଣ୍ଟ, ଭାରତୀୟ ଡାକ୍ତର ହାସଲ କଲେ ବଡ ସଫଳତା

ନୂଆଦିଲ୍ଲୀ: ଆଜିକାଲି ମେଡିକାଲ କ୍ଷେତ୍ରରେ ଅନେକ ଅସ୍ତ୍ରୋପଚାର ସଫଳତା ପାଉଛି । ଭାରତ ଏହି କ୍ଷେତ୍ରରେ ବିଦେଶରେ ନିଜର ସ୍ଥିତି ବଜାଇ ରଖିଛି । ଏହାରି ମଧ୍ୟରେ ଏକ ବଡ ସଫଳତା ଦିଲ୍ଲୀର ଫୋର୍ଟିସ ଏସ୍କାର୍ଟସ ଓଖଲା ହସ୍ପିଟାଲରେ ହୋଇଛି । ଯେଉଁଥିରେ ଅଟୋ ଲିଭର ଟ୍ରାନ୍ସପ୍ଲାଣ୍ଟର ସଫଳତା ହାସଲ କରାଯାଇଛି ।

ଜଣେ ୩୫ ବର୍ଷୀୟ ମହିଳାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯାଇଛି । ତାଙ୍କର ପୂର୍ବରୁ ପେଟ କାଟୁଥିବା ଅଭିଯୋଗ ହୋଇଥିଲା । ଲିଭର ଟ୍ରାନ୍ସପ୍ଲାଣ୍ଟ ପାଇଁ ୮ଘଣ୍ଟା ସମୟ ଲାଗିଥିଲା । ଅପରେସନ ପରେ ତାଙ୍କୁ ୮ ଦିନ ହସ୍ପଟାଲରେ ରଖାଯିବା ପରେ ଡିସଚ୍ଚାର୍ଜ କରାଯାଇଥିଲା । ରୋଗୀଙ୍କ ଲିଭରର ଖରାପ ଅଂଶକୁ କଢାଯାଇ ଏକ ଲିଭରର ନୂଆ ଅଂଶ ଲଗାଯାଇ ଅସ୍ତ୍ରୋପ୍ରଚାରକୁ ସଫଳ କରାଯାଇଛି ।

ଏହି ମହିଳା ଜଣକ ପେଟ କାଟିବା ଅଭିଯୋଗ ନେଇ ଭାରତ ପହଁଚିଥିଲେ । ଉପରୋକ୍ତ ହସ୍ପିଟାଲରେ ପହଁଚିବା ପରେ ଡାକ୍ତର ତାଙ୍କୁ ଜାଂଚ କରିବା ପରେ ପେରାସାଇଟ ଇନଫେକ୍ସନ ଏକିନୋକାସିସ ମଲ୍ଟିକ୍ୟୁଲରିକ୍ସରେ ପୀଡିତ ଅଛନ୍ତି ବୋଲି ଜଣାପଡିଥିଲା । ଏହି ରୋଗର ଲକ୍ଷଣ ହେଉଛି ଲିଭରରେ ଟ୍ୟୁମର ହେଉଛି । ମହିଳାଙ୍କ ଲିଭରର ୭୫ ପ୍ରତିଶତ ଭାଗ ଖରାପ ହୋଯାଇଥିଲା । ତେବେ ଭାରତୀୟ ଡାକ୍ତର ତାଙ୍କର ଏହି ସଫଳ ଲିଭର ଟ୍ରାନ୍ସପ୍ଲାଣ୍ଟ କରିଥିଲେ ।

Get real time updates directly on you device, subscribe now.