fbpx

ଅଟୋ ଡ୍ରାଇଭରଙ୍କ ଖୋଲିଲା ଭାଗ୍ୟ: ରାତାରାତି ପାଲଟିଗଲେ କୋଟିପତି

ହିନ୍ଦୀରେ ଏକ ଲୋକକଥା ଅଛି, ‘ଉପରବାଲା ଜଭ ଭି ଦେତାହେ ଛପ୍ପର ଫାଡ୍ କେ ଦେତା ହେ’ । ଆଉ ପ୍ରକୃତରେ ଏହି ଲୋକକଥାଟି ସତ ହୋଇଛି କେରଳର ଜଣେ ଅଟୋ ଡ୍ରାଇଭରଙ୍କ ପାଖରେ । କାରଣ ଏହି ଅଟୋ ଡ୍ରାଇଭର ଜଣଙ୍କ ରାତାରାତି ପାଲଟିଯାଇଛନ୍ତି କୋଟିପତି ।

ଭାଗ୍ୟ ଉପରେ ଭରଷା କରୁଥିବା ଲୋକଙ୍କୁ ବେଳେବେଳେ ଏଭଳି ପୁରସ୍କାର ମିଳିଥାଏ ଯେ ହୁଏତ ସେ ତାହା ବିଶ୍ୱାସ ବି କରିପାରନ୍ତିନାହିଁ । କେରଳ ଥିରୁଅନନ୍ତପୁରମ ଶ୍ରୀବରାହମର ଜଣେ ଅଟୋ ଚାଳକ ଅନୁପ ଅଟୋ ଚଳାଇ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି  ।

ସେ ଗତ ସପ୍ତାହରେ ଶନିବାର ଓନମ ବମ୍ପର ୨୦୨୨ର ଏକ ଲଟେରୀ ଟିକେଟ୍ କିଣିଥିଲେ । ଯାହାର ପୁରସ୍କାର ରାଶି ୨୫ କୋଟିଥିଲା । ଆଉ ରବିବାର ଯେତେବେଳେ ଲଟେରୀ ବାହାରିଥିଲା ସେତେବେଳେ ଅନୁପଙ୍କ ଭାଗ୍ୟ ମଧ୍ୟ ଖୋଲିଯାଇଥିଲା । କାରଣ ଅନୁପ୍ କିଣିଥିବା ଲଟେରୀ ନମ୍ବର ହିଁ ଲକି ଡ୍ରରେ ଆସିଥିଲା । ଅବଶ୍ୟ ଟ୍ୟାକ୍ସ ପରେ ତାଙ୍କୁ ଏହି ରାଶିରୁ ୧୫ କୋଟି ହିଁ ମିଳିବ ।

Get real time updates directly on you device, subscribe now.