fbpx

Team India ର ଡ୍ରେସିଙ୍ଗ ରୁମକୁ ମନଷ୍ଟର କରନାହିଁ… ଧୋନୀ-ବିରାଟଙ୍କୁ ନେଇ ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଡ୍ରେସିଙ୍ଗ ରୁମକୁ ନେଇ ଏକ ବଡ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଓପନର ଗୌତମ ଗମ୍ଭୀର । ତାଙ୍କର ଏହି ମନ୍ତବ୍ୟକୁ ନେଇ ସେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏହି ମନ୍ତବ୍ୟରେ ସେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଏବଂ ବିରାଟ କୋହଲିଙ୍କୁ ଟାର୍ଗେଟ କରିଛନ୍ତି । କେବଳ ସେତିକି ନୁହେଁ, ଟିମ ଇଣ୍ଡିଆର ଡ୍ରେସିଙ୍ଗ ରୁମକୁ ମନଷ୍ଟର ବୋଲି କହିଛନ୍ତି ଗମ୍ଭୀର । ତେବେ ଏସବୁକୁ ବନ୍ଦ କରିବା ପାଇଁ ତାଙ୍କର ଏକ ମନ୍ତବ୍ୟକୁ ନେଇ ଏବେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

ଗମ୍ଭୀର କହିଛନ୍ତି, ଆମକୁ କପିଲ ଦେବ, ବିରାଟ କୋହଲି କିମ୍ବା ଏମ.ଏସ ଧୋନୀଙ୍କ ନାଁକୁ ଛାଡି କେବଳ ଟିମ ବିଷୟରେ ଆଲୋଚନା କରିବା ଉଚିତ । କେହି ଜଣେ ଖେଳାଳିକୁ ନେଇ ଏତେ ବଡ କରିବା ବଦଳରେ ସାରା ଟିମକୁ ବଡ କରିବା ପାଇଁ ଚେଷ୍ଟା କରିବା ଉଚିତ । ନିକଟରେ ଏସିଆ କପରେ ନିଜର ୭୧ତମ ଶତକ ହାସଲ କରିଥିଲେ ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି । ତେବେ ଏହି ମ୍ୟାଚରେ ଭୁବନେଶ୍ୱର କୁମାର ମଧ୍ୟ ୪ ଓଭରରେ ୫ଟି ୱିକେଟ ହାସଲ କରିଥିଲେ । କିନ୍ତୁ ମ୍ୟାଚ ପରେ ସବୁଠୁ ଅଧିକ ଚର୍ଚ୍ଚା ବିରାଟଙ୍କ ଶତକକୁ ନେଇ ହୋଇଥିଲା । ଭୁବିଙ୍କ ପ୍ରଦର୍ଶନକୁ ନେଇ କେହି ଆଲୋଚନା କରି ନଥିଲେ । କିନ୍ତୁ କମେଣ୍ଟ୍ରି ବକ୍ସରେ ସେ ଅଧିକାଂଶ ସମୟ ଭୁବିଙ୍କ ପ୍ରଶଂସା କରୁଥିଲେ । ଏମିତି କାହିଁକି କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଗମ୍ଭୀର ।

ଆମକୁ ହିରୋ ସଂସ୍କୃତିରୁ ବାହାରି ଜଣେ ବ୍ୟକ୍ତିଙ୍କୁ ଭଗବାନ କରିବା ଅପେକ୍ଷା ଟିମକୁ ଆଗେଇ ନେବା ଦିଗରେ ଧ୍ୟାନ ଦେବା ଉଚିତ । ୧୯୮୩ ବିଶ୍ୱକପ ବିଜୟ ପରେ ସମସ୍ତେ କପିଲ ଦେବଙ୍କ କଥା ହେଉଥିଲେ । ଏହାପରେ ୨୦୦୭ ଏବଂ ୨୦୧୧ ପରେ ଧୋନୀଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ତେବେ ଭାରତୀୟ କ୍ରିକେଟ କୌଣସି ଜଣେ କି ଦୁଇ ଜଣ ଖେଳାଳିଙ୍କୁ ନେଇ ଚାଲେ ନାହିଁ । ଡ୍ରେସିଙ୍ଗ ରୁମରେ ଥିବା ୧୫ରୁ ଅଧିକ ଲୋକଙ୍କୁ ନେଇ ଚାଲେ ଗୋଟିଏ ଟିମ । ଏଥିରେ ସମସ୍ତଙ୍କ ଯୋଗଦାନ ରହିଥାଏ । ତେଣୁ ଜଣଙ୍କୁ ହିରୋ କରିବା ଉଚିତ ନୁହେଁ ବୋଲି କହିଛନ୍ତି ଗୌତମ ଗମ୍ଭୀର ।

Get real time updates directly on you device, subscribe now.