fbpx

Video: କାଦୁଅ ପଚ ପଚ ରାସ୍ତା ପାଇଁ ହନ୍ତସନ୍ତ ହେଉଛନ୍ତି ରୋଗୀ, ମେଡିକାଲ ନେବା ରାସ୍ତାରେ ଘଟିଗଲା ଅଘଟଣ..

କଟକ: ରାସ୍ତା ଟିକକପାଇଁ ଚାଲିଗଲା ନିରୀହ ଜୀବନ। ଏହିଘଟଣାକୁ ନେଇ ଭାଇରାଲ ହେଲା ଭିଡିଓ। ଆଉ ଏହି ରାସ୍ତା ରେ ଏବେ ନାହିଁ ନଥିବାର ସମସ୍ୟାର ସମ୍ଭୁଖିନ ହେଉଛନ୍ତି ସାଧାରଣ ଲୋକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ବ୍ଳକ ରାଇସୁଙ୍ଗୁଡା ପଂଚାୟତର କେରଙ୍ଗା ମିରିଙ୍ଗି ଠେଙ୍ଗ ରାସ୍ତାରେ। ଏପରିକି ରାସ୍ତାରେ ଦେଖାଦେଇଛି ଖାଲଖମା ପୁଣି ବର୍ଷା ଅସରାଏ ହୋଇଗଲେ ଖାଲି ପାଦରେ ଯିବା କଷ୍ଟକର ହୋଇପଡେ ହେଲେ ଗାଡିମଟର, ଆମୁଲାନ୍ସ ଓ ଅଗ୍ନିଶମଗାଡି ଯିବା କଥା ପଚାରେ କିଏ।

ରାସ୍ତାର ସମସ୍ୟା ଏପରି ଯୋଗୁଁ ଜଣେ ରୋଗାଗ୍ରସ୍ତ ସ୍ତ୍ରୀଲୋକକୁ ଖଟିଆରର ଭାରକରି ନେଉଥିବାବେଳେ ଠିକ ସମୟରେ ମେଡ଼ିକାଲରେ ନପହଁଚି ପାରିବାରୁ ତାର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ କରିଛନ୍ତି ସମ୍ପର୍କୀୟ ଲୋକେ ଏହାକୁ ନେଇ ଅଂଚଳରେ ଭିଡିଓ ମଧ୍ୟ ଭାଇରାଲ ହୋଇଛି।ଘଟଣାରୁ ପ୍ରକାଶ କଟକ ଜିଲ୍ଲା ସାଲେପୁର ବ୍ଲକ ପିକୋଳ ଓ ରାଇସୁଙ୍ଗୁଡ଼ା ଦୁଇଗୋଟି ପଂଚାୟତକୁ ସଂଯୋଗ କରିଥାଏ ଏହି ରାସ୍ତାଟି।ହେଲେ ଏହି ରାସ୍ତାଦେଇ ଦୁଇ ପଂଚାୟତର ଗ୍ରାମବାସୀଙ୍କ ଦୈନଦିନ କାଯ୍ୟ ହୋଇଥାଏ।

ଏହି ରାସ୍ତାଟି କେରଙ୍ଗା ଠାରୁ ମିରିଙ୍ଗି ଠେଙ୍ଗ କୁ ଯାଇଥିବାବେଳେ ଗତ କିଛି ଦିନତଳେ କେରଙ୍ଗାଗାଁ ବିଷ୍ଣୁବିଶ୍ୱାଳ ଙ୍କ ସ୍ତ୍ରୀ ର ଦେହ ଗୁରୁତର ହେବାରୁ ରସ୍ତାର ସମସ୍ୟାଥିବାରୁ ଆମ୍ବୁଲାନ୍ସ ଗୋଟିଏ କିଲୋମିଟର ଦୂରରେ ରହିଥିବାବେଳେ ଗ୍ରାମବାସିଙ୍କ ସହୟୋତାରେ ଷ୍ଟେଚରରେ ରୋଗୀ ଙ୍କୁ ନେଲା ବେଳେ ରୋଗୀଜଣକ ତଳେପଡିଯାଇଥିଲେ ପୁଣି ଷ୍ଟେଚର ରେ ଉଠେଇ ସାଲେପୁର ଗୋଷ୍ଠୀସ୍ୟାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁଘୋଷଣା କରିଥିଲେ। ପ୍ରଶାସନ ଏହି ରାସ୍ତାପ୍ରତି ଧ୍ୟାନ ଦେଲେ ବିଷ୍ଣୁଙ୍କ ସ୍ତ୍ରୀ ପରି ଆଉକାହା ଜୀବନ ନଯାଉ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ।

Get real time updates directly on you device, subscribe now.