fbpx

ଓଜନ କମାଇବାଠାରୁ ଫର୍ଟିଲିଟି ପାଇଁ ଲାଭଦାୟକ ହୋଇଥାଏ କଖାରୁ ମଞ୍ଜି: ଜାଣନ୍ତୁ ଏହାର ବ୍ୟବହାର…

ସାଧାରଣତଃ ଘରେ କଖାରୁରୁ ବାହାରୁଥିବା ମଞ୍ଜିକୁ ଫୋପାଡ଼ି ଦିଆଯାଏ । କିନ୍ତୁ କଖାରୁ ମଞ୍ଜିରେ ଅନେକ ରୋଗପ୍ରତିରୋଧକ ଗୁଣ ରହିଛି । ଏହା ଶରୀରେ ଗୁଡ୍ କୋଲେଷ୍ଟ୍ରୋଲକୁ ବଢ଼ାଇଥାଏ । ଏହା ବ୍ୟତୀତ ଏଥିରେ ଅନେକ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ମିଳିଥାଏ । କଖାରୁ ମଞ୍ଜିରେ ସେଲେନିୟମ, ବୀଟା କିରୋଟୀନ, ଆଇରନ ଆଦି ପ୍ରଚୁର ପରିମାଣରେ ରହିଥାଏ । ଏକ କପ୍ କଖାରୁ ମଞ୍ଜିରେ ୯.୫୨ ମିଲିଗ୍ରାମ ଆଇରନ ମିଳିଥାଏ । ଜଣେ ବୟସ୍କ ମହିଳାଙ୍କ ଠାରେ ୧୮ ମିଲିଗ୍ରାମ ଏବଂ ପୁରୁଷଙ୍କ ଠାରେ ୮ ମିଲିଗ୍ରାମ ଆଇରନ ପ୍ରତିଦିନ ଆବଶ୍ୟକତା ହୋଇଥାଏ । ସେହିପରି କଖାରୁ ମଞ୍ଜିରେ ପର୍ଯ୍ୟାପ୍ତ ମାତ୍ରାରେ ଜିଙ୍କ୍, ଫସଫରସ, ପ୍ରୋଟିନ ଏବଂ ଫାଇବର ଇତ୍ୟାଦି ମଧ୍ୟ ରହିଛି ।

କଖାରୁ ମଞ୍ଜିର ଫାଇଦା:

ଓଜନ କମାଇବାରେ ହୋଇଥାଏ ସହାୟକ: କଖାରୁ ମଞ୍ଜିରେ ପ୍ରଚୁର ପରିମାଣର ଫାଇବର ରହିଥାଏ । ଏହାକୁ ଖାଇବା ଦ୍ୱାରା ଡାଇଜେସନ(ହଜମ) ଭଲ ହୋଇଥାଏ ଫଳରେ ବାରମ୍ବାର ଏବଂ ଜଲଦୀ ଜଲଦୀ ଭୋକ ଲାଗିନଥାଏ । ଏହି କାରଣରୁ କଖାରୁ ମଞ୍ଜି ଓଜନ ହ୍ରାସ ପାଇଁ ବେଶ୍ ସହାୟକ ହୋଇଥାଏ ।

ଫର୍ଟିଲିଟି ଏବଂ ୟୁରିନାରୀ: କଖାରୁ ମଞ୍ଜିରେ ଜିଙ୍କ୍ ପ୍ରଚୁର ମାତ୍ରାରେ ରହିଛି, ଯାହା ପୁରୁଷ ପ୍ରଜନନ କ୍ଷମତା ଉପରେ ସକାରାତ୍ମକ ପ୍ରଭାବ ପକାଇଥାଏ । ୨୦୧୮ ର ଏକ ଅଧ୍ୟୟନ ଅନୂଯାୟୀ ଏହା ଶୁକ୍ରାଣୁ ଗୁଣବତ୍ତା ଏବଂ ମାତ୍ରା ଉଭୟରେ ସୁଧାର କରିଥାଏ  ।

ନିଦ ପାଇଁ ହୋଇଥାଏ ଭଲ: କଖାରୁ ମଞ୍ଜିରେ ଆମିନୋ ଏସିଡ୍ ଟ୍ରିପ୍ଟୋଫେନରେ ଭରପୂର ରହିଛି । ଯଦି ଆପଣ ଅନେକ ଦିନରୁ ନିଦ ନହେବା କାରଣରୁ ଚିନ୍ତିତ ତେବେ ଶୋଇବା ପୂର୍ବରୁ କଖାରୁ ମଞ୍ଜିର ସେବନ କରନ୍ତୁ । କଖାରୁ ମଞ୍ଜିରେ ଟ୍ରିପ୍ଟୋଫିନ୍ କେମିକାଲ ରହିଛି ଯାହା ଶରୀରରେ ସେରୋଟୋନିନରେ ବଦଳିଥାଏ । ଏହି ସେରୋଟୋନିନ ଶରୀରକୁ ତାଜା ଅନୁଭବ କରାଇଥାଏ । ଏହା ଯୋଗୁଁ ସେଲାଟୋନିନ୍ ହର୍ମୋନ୍ ରିଲିଜ୍ ହୋଇଥାଏ ଯାହା ସ୍ଲିପ୍ ହର୍ମୋନ୍ । ଏହାଦ୍ୱାରା ଭଲ ନିଦ ହୋଇଥାଏ ।

ଏଭଳି କରନ୍ତୁ ବ୍ୟବହାର:

କଖାରୁ ମଞ୍ଜିକୁ ରୋଷ୍ଟ କରି ବ୍ୟବହାର କରିପାରିବେ । ଏହାକୁ ସାଲାଡରେ ମଧ୍ୟ ନେଇପାରିବେ । ଏହା ବ୍ୟତୀତ ଏହାକୁ ଡ୍ରାଇ ଫୁଟ୍ ରେ ମିକ୍ସ କରି ଖାଇପାରିବେ ।

Get real time updates directly on you device, subscribe now.