ଭୁବନେଶ୍ବରରେ ମାଳମାଳ ବନ୍ଧୁକ, 6 ଟି ବନ୍ଧୁକ ସହ 5 ଜଣଙ୍କୁ ଗିରଫ କଲା ପୋଲିସ୍

ବନ୍ଧା ହେଲେ ବନ୍ଧୁକ ବେପାରୀ । 6 ଟି ବନ୍ଧୁକ ଜବତ ସହ 5 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ ।

ଭୁବନେଶ୍ବର: ବନ୍ଧା ହେଲେ ବନ୍ଧୁକ ବେପାରୀ । 6 ଟି ବନ୍ଧୁକ ଜବତ ସହ 5 ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରେ 3 ଜଣ ୟୁପିର, ଜଣେ ମଧ୍ୟପ୍ରଦେଶ ଓ ଜଣେ ସାଲେପୁରର ବୋଲି ଜଣାପଡ଼ିଛି । ସେମାନଙ୍କଠାରୁ 4 ଅଟୋମେଟିକ୍ ପିସ୍ତଲ, ଗୋଟିଏ ରିଭଲଭର ସହ ଗୋଟିଏ ସିଙ୍ଗଲସଟ୍ ମଧ୍ୟ ଜବତ ହୋଇଛି । ଜଟଣୀରେ ବନ୍ଧୁକ କାରବାର ବେଳେ ଗିରଫ କଲା ପୋଲିସ ।

ତେବେ ପୁଲିସ ହାତରେ ଲାଗିଛି 7.65 MM ଅଟୋମେଟିକ ପିସ୍ତଲ ସହ, 18 ରାଉଣ୍ଡ ଗୁଳି । ଏମାନେ ବାହାର ରାଜ୍ୟରୁ ଚୋରାରେ ବନ୍ଧୁକ ଆଣି ଅପରାଧୀଙ୍କ ହାତକୁ ବଢ଼ାଇ ଦେଉଥିବା ନେଇ ପୁଲିସକୁ ଖବର ମିଳିଥିଲା । ଅଭିଯୁକ୍ତ ଶେଖ ସକିଲ ହେଉଛି ଏହାର ମାଷ୍ଟରମାଇଣ୍ଡ । ଜଟଣୀର ଏକ ଜାଗାରେ ରହି ଆର୍ମସ ଡିଲ୍ କରୁଥିଲେ । ଏହି ଗ୍ୟାଙ୍ଗଠାରୁ ଜୀବନ୍ତ ଗୁଳି ମଧ୍ୟ ମିଳିଛି ।