fbpx

ଉତ୍ତରାଖଣ୍ଡ ହିମସ୍ଖଳନ; ନୌସେନାର ୪ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର, ୨ଜଣ ଏବେବି ନିଖୋଜ

ଉତ୍ତରାଖଣ୍ଡ ଚାମୋଲି ଜିଲ୍ଲାର ତ୍ରିଶୂଲ ପର୍ବତରେ ହୋଇଥିବା ହିମସ୍ଖଳନରେ ନୌସେନାର ଚାରିଜଣ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏବେବି ୨ଜଣଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନାଯୋଗ୍ୟ ସେପ୍ଟେମ୍ବର ୩୦ ରେ, ୨୦ ଜଣ ପର୍ବତାରୋହୀଙ୍କ ଏକ ଦଳ ଉତ୍ତରାଖଣ୍ଡ ଅଭିମୁଖେ ଯାତ୍ରା କରିଥିଲେ । ସେମାନଙ୍କ ମଧ୍ୟରୁ ଦଶ ଜଣ ପର୍ବତାରୋହୀ ତ୍ରିଶୂଲ ପର୍ବତର ଶିଖରରେ ପହଞ୍ଚିବାକୁ ଯାଉଥିବାବେଳେ ଏହି ହିମସ୍ଖଳନ ହୋଇଥିଲା । ପାଞ୍ଚଜଣ ପର୍ବତାରୋହୀ ଏହାର ଶିକାର ହୋଇଥିଲେ । ମିଳିଥିବା ସୂଚନା ଅନୁସାରେ ଜଣେ ଯବାନ ଏବଂ ଜଣେ ଶେରପାଙ୍କ ଖୋଜିବାକୁ ସର୍ଚ୍ଚ ଅପରେସନ ଚାଲିଛି ।

ଏହାପୂର୍ବରୁ ଭାରତୀୟ ବାୟୁସେନାର ଏକ ଟିମ୍ କ୍ରମାଗତ ଭାବରେ ପର୍ବତାରୋହୀମାନଙ୍କୁ ଖୋଜୁଥିଲେ । ଶନିବାର ସକାଳେ ତିନୋଟି ମୃତଦେହ ବରଫରେ ପୋତି ହୋଇଥିବାର ଦେଖାଯାଇଥିଲା । ଏହାପୂର୍ବରୁ ଶୁକ୍ରବାର ଦିନ ଉଦ୍ଧାର କାର୍ଯ୍ୟ ହିମସ୍ଖଳନ ପରେ ହିଁ ଆରମ୍ଭ କରାଯାଇଥିଲା , କିନ୍ତୁ ଖରାପ ପାଗ ଯୋଗୁଁ ସର୍ଚ୍ଚ ଅପରେସନ ବନ୍ଦ ରଖାଯାଇଥିଲା । ଏହା ପରେ ପାଗ ସଫା ହେବା ପରେ ହେଲିକପ୍ଟର ଯୋଗେ ସର୍ଚ୍ଚ ଅପରେସନ୍ କରାଯାଇଥିଲା । ସୂଚନାନୁସାରେ, ଖରାପ ପାଗ ଏବଂ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଛି ଏବଂ ଏହା ରବିବାର ସକାଳେ ପୁଣି ଥରେ ଚାଲିବ ।

Get real time updates directly on you device, subscribe now.