fbpx
BJD SKY
BJD SKY

ବକ୍ସ ଅଫିସରେ ଧମାଲ କରୁଛି ଅବତାର-୨, ଦୁଇ ଦିନରେ କମାଇଲା ୧୦୦ କୋଟି!

BJD

ମୁମ୍ବାଇ: ହଲିଉଡ୍ ଫିଲ୍ମ ‘ଅବତାର୨’ ଭାରତରେ ଜୋରଦାର ବକ୍ସ ଅଫିସରେ ରୋଜଗାର କରିବାରେ ଲାଗିଛି । ପ୍ରଥମ ଦିନରୁ ଭାରତରେ ହଲିଉଡ୍ ର ସବୁଠାରୁ ବଡ଼ ଓପନିଂ ଫିଲ୍ମ ରୂପେ ପରିଚୟ ପାଇସାରିଛି । ଏହାଛଡା ୨ୟ ଦିନରେ ଭଲ ରୋଜଗାର ସହ ବକ୍ସ ଅଫିସରେ ପାଦଭ ପାର କରିସାରିଲାଣି । ଏଥିରୁ ଅନୁମାନ କରାଯାଉଛି, ଏହି ଫିଲ୍ମ ୨ୟ ସପ୍ତାହରେ ଜୋରଦାର ଟଙ୍କା ରୋଜଗାର କରିବ ।

ହଲିଉଡ଼ର ସବୁଠାରୁ ବଡ଼ ଫିଲ୍ମ ନିର୍ଦ୍ଦେଶକ ଜେମସ କାମରନ ପୁଣି ଥରେ ଦୁନିଆକୁ ଚକିତ କରି ଦେଇଛନ୍ତି । ଫିଲ୍ମର ଇତିହାସରେ ସବୁଠାରୁ ରୋଜଗାରୀ ଫିଲ୍ମ ଥିଲା ଅବତାର ଏହା ପରେ ଜେମସ ବର୍ତ୍ତମାନ ଏହାର ପାର୍ଟ୨ ବାହାର କରିଛନ୍ତି ‘ଅବତାର: ଦ ୱେ ଅଫ ୱାଟର’ ନିର୍ମାଣ କରିଛନ୍ତି । ଶୁକ୍ରବାର ଦିନ ଅବତାର୨ ଥିଏଟରରେ ରିଲିଜ ହୋଇଥିଲା । ତେବେ ସାରା ଦୁନିଆରେ ବର୍ତ୍ତମାନ ଏହି ମୁଭିର ଚର୍ଚ୍ଚା ଚାଲିଛି ।

୨୦୦୯ରେ ଅବତାର ଫିଲ୍ମ କାଳ୍ପନିକ ଦୁନିଆକୁ ଏପରି ବିରାଟ ଷ୍ଟାଇଲରେ ପଦାର୍ପଣ କରିଥିଲା ଯାହାକୁ ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଦୀର୍ଘ ୧୩ବର୍ଷ ପରେ ଏହି ଦୃଶ୍ୟ ପୁଣି ଥରେ ଦେଖିବାକୁ ମିଳିଛି । ଫିଲ୍ମର ରିଭ୍ୟୁ ଦେଖି ଜଣାପଡୁଛି ଯେ, ଦର୍ଶକ ମାନଙ୍କ ଅପେକ୍ଷାର ଫଳ ମିଳିଛି । ଇଣ୍ଡିଆରେ ଲୋକମାନଙ୍କ ଏହି ପ୍ରଶଂସା ଅବତାର୨ ବିଜନେସକୁ ସାହାଯ୍ୟ କରୁଛି । ତେବେ ଯେଉଁଦିନ ଅବତାର୨ ରିଲିଜ ହୋଇଥିଲା ସେହିଦିନ ବକ୍ସ ଅଫିସରେ ତାହା ୪୧ କୋଟି କମାଇଥିଲା । ସେହିପରି ଶନିବାର ଦିନ କଥା ଦେଖି କୁହାଯାଉଛି ଯେ, ଏହି ଫିଲ୍ମ ଆଗକୁ ବକ୍ସ ଅଫିସରେ କମାଲ କରିବ ।

ଅବତାର ମୁଭିର ଟିକେଟ ଏତେ ପରିମାଣରେ ବିକ୍ରି କରାଯାଉଛି, ଖାସକରି ୩ଡି, ଆଇଏମଏଏକ୍ସରେ ଲୋକେ ନିଜ ପସନ୍ଦ ଅନୁସାରେ ଯେପରି ଟିକେଟ କିଣୁଛନ୍ତି ତାହା ବର୍ତ୍ତମାନ ଏକ ଚାଲେଞ୍ଜର ବିଷୟ ପାଲଟି ଯାଇଛି । ତେବେ ପ୍ରଥମ ଦିନରେ ଗ୍ରାସ୍ କଲେକସନରେ ଏହା ୫୨ କୋଟି କମାଇସାରିଛି । ଶନିବାର ଦିନ ଫିଲ୍ମ ଗ୍ରାସ ଗ୍ରାଉଣ୍ଡରେ ୧୦୦ କୋଟି କମାଇଦେଇଛି । କହିବାକୁ ଗଲେ ଆଜିକୁ ମିଶାଇ ଅର୍ଥାତ ୩ଦିନରେ ଅବତାର୨ର ନେଟ କଲେକସନ ୧୪୫ ରୁ ୧୫୦ କୋଟି ପର୍ଯ୍ୟନ୍ତ ହୋଇଯିବ । ଏହାଛଡା ଅନୁମାନ କରାଯାଉଛି ଯେ, ଏହା ଗ୍ରାସ କଲେକସନରେ ଅବରାତ୨, ୧୫୦ କୋଟି ପାର କରିଦେବ ।

Get real time updates directly on you device, subscribe now.