fbpx
BJD SKY
BJD SKY

Big Breaking:କଂଗ୍ରେସରେ ମିଶିଲେ ଓଡିଆ ସଙ୍ଗୀତକାର ଗୁଡଲୀ ରଥ

BJD

ଭୁବନେଶ୍ୱର:କଂଗ୍ରେସରେ ଯୋଗଦେଲେ ବିଶିଷ୍ଟ ସଙ୍ଗୀତକାର ଗୁଡଲୀ ରଥ । ଆଜି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ମିଶିଛନ୍ତି । ସେ କହିଛନ୍ତି ତାଙ୍କ ବାପା ଗଙ୍ଗାଧର ରଥ କଂଗ୍ରେସରେ ଥିଲେ । ସେ କଂଗ୍ରେସର ସମର୍ଥକ ଥିଲେ । ଏହା ସହିତ ସେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଇଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ ପିସିସି ସଭାପତିଙ୍କ କାର୍ଯ୍ୟରେ ସେ ବହୁତ ଖୁସି ଅଛନ୍ତି ଏବଂ ସେ ତାଙ୍କୁ କଂଗ୍ରେସରେ ମିଶିବା ପାଇଁ ପ୍ରସ୍ତାବ ଦେଇଥିଲେ । ତେବେ ସେ ଏହି ପରିପ୍ରେକ୍ଷୀରୁ କଂଗ୍ରେସରେ ଯୋଗଦାନ କରିଛନ୍ତି । ତାଙ୍କ ସହିତ ପମି ମିଶ୍ର ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି । ଆଗକୁ ସେ କଂଗ୍ରେସ ପାଇଁ ନିଜ ମନ ପ୍ରାଣ ଦେଇ କାର୍ଯ୍ୟ କରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.