fbpx
BSKY
BJD MC SKY
BJD YOUTH SKY

୧୭ ଜିବି ଡାଟା ବ୍ୟବହାର କରୁଛନ୍ତି ଭାରତୀୟ: ରିସର୍ଚ୍ଚରୁ ହେଲା ବଡ ଖୁଲାସା

ନୂଆଦିଲ୍ଲୀ: ନୋକିଆ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୧୭ ରୁ ୨୦୨୧ ମଧ୍ୟରେ ଭାରତରେ ଡାଟା ବ୍ୟବହାର ଉଇଏଜ (କମ୍ପାଉଣ୍ଡଡ୍ ବାର୍ଷିକ ଅଭିବୃଦ୍ଧି ହାର) ରେ ୫୩ ପ୍ରତିଶତ ବୃଦ୍ଧି ପାଇଛି । ଏହି ତଥ୍ୟ ଅନୁସାରେ ବର୍ଷ ୨୦୨୧ରେ ଭାରତୀୟଙ୍କ ମାସିକ ଡାଟା ବ୍ୟବହାର ପ୍ରତି ଉପଭୋକ୍ତା ୧୭ ଜିବି ରହିଛି । ଏପରିକି ବର୍ଷକୁ ହାରାହାରି ମାସିକ ଡାଟା ଟ୍ରାଫିକରେ ବର୍ଷରେ ୨୬.୬ପ୍ରତିଶତ ବୃଦ୍ଧି ହୋଇଛି। ଭାରତରେ ମୋବାଇଲ୍ ବ୍ରଡବ୍ୟାଣ୍ଡ ଗ୍ରାହକ ଗତ ପାଞ୍ଚ ବର୍ଷ ମଧ୍ୟରେ ୩୪୫ମିଲିୟନରୁ ୭୬୫ ମିଲିୟନକୁ ଦ୍ୱିଗୁଣିତ ହୋଇଛି। ୪ଏ ମୋବାଇଲ୍ ଡାଟା ୩୧ ପ୍ରତିଶତ ବୃଦ୍ଧି ପଞ୍ଜିକୃତ ହୋଇଛି ଏବଂ ୨୦୨୧ ମସିହାରେ ୪୦ ମିଲିୟନ୍ ଗ୍ରାହକଙ୍କୁ ସେବା ଅନ୍ତରଭୁକ୍ତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ,ପ୍ରତି ଭାରତୀୟ ପ୍ରତିଦିନ ହାରାହାରି ୮ଘଣ୍ଟା ଅନଲାଇନରେ ବିତାଇଥାଏ। ଅଧିକନ୍ତୁ, ୯୦% ପ୍ରତିଶତ ଉପଭୋକ୍ତା ସେମାନଙ୍କର ସ୍ଥାନୀୟ ଭାଷାରେ ବିଷୟବସ୍ତୁ ଦେଖିବାକୁ ପସନ୍ଦ କରନ୍ତି।

ଏହି ରିପୋର୍ଟରେ ୧୬୦ ମିଲିୟନ ରୁ ଅଧିକ ଲୋକ ସ୍ମାର୍ଟଫୋନର ସର୍ବାଧିକ ବ୍ୟବହାର ଉପରେ ମଧ୍ୟ ଆଲୋକପାତ କରାଯାଇଛି ଯେଉଁଥିରେ ୨୦୨୧ ମସିହାରେ ସକ୍ରିୟ ୪ଏ ସହିତ ୩୦ନିୟୁତ ୫ଏ ମୋବାଇଲ ରହିଛି।ଏହି ରିପୋର୍ଟ ଅନୁଯାୟୀ, ୫ଏ ସେବା ଆରମ୍ଭ ହେବା ପରେ ପାଞ୍ଚ ବର୍ଷରେ ୧୬୪ ପ୍ରତିଶତ ଉଇଏଜରେ ରାଜସ୍ୱ ବୃଦ୍ଧି ହୋଇପାରେ। ନୋକିଆର ଏସଭିପି ତଥା ଇଣ୍ଡିଆ ମାର୍କେଟର ମୁଖ୍ୟ ସଞ୍ଜୟ ମଲିକ କହିଛନ୍ତିକହିଛନ୍ତି ଯେ ୪ଏ ଭାରତର ମୋବାଇଲ ବଜାରକୁ ପ୍ରଭାବିତ କରିବା ସହ ନେଟୱର୍କ ବ୍ୟବସ୍ଥାର ବିକାଶଶୀଳ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ବର୍ତ୍ତମାନ ୫ଏ ର ବ୍ୟବହାର ପ୍ରତି ଲୋକଙ୍କ ମନରେ ଉତ୍ସାହ ଯୋଗାଇବ।

Get real time updates directly on you device, subscribe now.