fbpx
BJD
BJD SKY
BJD SKY

ସରୁନି ମୃତ୍ୟୁର ତାଣ୍ଡବ: ଖରସ୍ରୋତା ନଦୀରେ ବୁଡି ମୃତକଙ୍କ ସଂଖ୍ୟାକୁ ୫କୁ ବୃଦ୍ଧି, ଏବେ ବି ଜଣେ ନିଖୋଜ

BJD

ଯାଜପୁର: ଯାଜପୁର ଜିଲ୍ଳା ବଡସୁଆର ଗାଁ ଖରସ୍ରୋତା ନଦୀରେ ବୁଡି ଯାଇତିବା ୭ ଯୁବକଙ୍କ ମଧ୍ୟରୁ ଷଷ୍ଠ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ଓଡ୍ରାଫ ଟିମ । ଅଗ୍ନିଶମ ବାହିନୀର ଅପରେସନ ସମୟରେ ଏବେ ଆଉ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଏହାଦ୍ୱାରା ଘଟଣାରେ ପଞ୍ଚମ ମୃତ୍ୟୁ ସାମନାକୁ ଆସିଛି ।

ପ୍ରକାଶ ଥାଉ କି, ଗତକାଲି ଗାଧୋଇବା ସମୟରେ ଖରସ୍ରୋତା ନଦୀରେ ୭ ଜଣ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେପଟେ ଅନ୍ୟ ଜଣଭ୍କ ପତ୍ତା ଏଯାଏ ମିଳି ନଥିବାରୁ ଅପରେସନ ଜାରି ରଖିଛି ଓଡ୍ରାଫ ଟିମ । ଗତକାଲି ରାତି ସୁଦ୍ଧା ୨ ଜଣଭ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ୩ ଜଣଙ୍କ ଶବ ଉଦ୍ଧାର ହୋଇଛି ।

Get real time updates directly on you device, subscribe now.