fbpx
BJD
BJD SKY
BJD SKY

ବଢିଲା ଜୟ ଶାହଙ୍କ କାର୍ଯ୍ୟକାଳ: ଏବେ ଏହି ପଦରେ ତୁଲାଇବେ ଦାୟିତ୍ୱ

BJD

ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ସଚିବ ଜୟ ଶାହଙ୍କ କାର୍ଯ୍ୟକାଳରେ ବୃଦ୍ଧି ହୋଇଛି । ଏସିଆନ କ୍ରିକେଟ କାଉନ୍ସିଲ (ଏସିସି)ର ଅଧ୍ୟକ୍ଷ ଭାବରେ ତାଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ବଢିଥିବା ଜଣାଯାଇଛି । ଆଜି ଏସିସି ତରଫରୁ ଆୟୋଜିତ ହୋଇଥିବା ବାର୍ଷିକ ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ଏ ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ଏସିସି ।

ପରିଷଦର ଅଧ୍ୟକ୍ଷ ଭାବରେଜୟ ଶାହ ଆସନ୍ତା ୨୦୨୪ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି ଟ୍ୱିଟ କରିଛି ଏସିସି । ଏସିସି ଅଧ୍ୟକ୍ଷ ପଦରେ ନଯୁକ୍ତ ହୋଇଥିବା ସର୍ବ କନିଷ୍ଠ ପ୍ରଶାସକ ହୋଇଥିଲେ ଜୟ ଶାହ । ତେଣୁ କ୍ରୀଡାର ବିକାଶ ପାଇଁ ଶାହ ଧ୍ୟାନ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ପୁରୁଷ ଦଳ ସହିତ ମହିଳା କ୍ରିକେଟକୁ ମଧ୍ୟ ଖୁବ ଆଗକୁ ବଢାଇବା ପାଇଁ ଉଦ୍ୟମ ଜାରି ରହିବ ବୋଲି ସେ ପ୍ରକାଶ କରିଛନ୍ତି । ଶ୍ରୀଲଙ୍କା କ୍ରିକେଟର ଅଧ୍ୟକ୍ଷ ଶମ୍ମୀ ସିଲବାଙ୍କ ପ୍ରସ୍ତାବକ୍ରମେ ବୈଠକର ଅନ୍ୟ ସଦସ୍ୟ ମଧ୍ୟ ଜୟ ଶାହଙ୍କୁ ଏସିସିର ଅଧ୍ୟକ୍ଷ ପଦ ଦେବା ପାଇଁ ସମ୍ମତି ପ୍ରଦାନ କରିଥିଲେ ।

Get real time updates directly on you device, subscribe now.