fbpx
BSKY
BJD MC SKY
BJD YOUTH SKY

ଆଗାମୀ ୫ ବର୍ଷରେ ୩.୨ ଲକ୍ଷ କୋଟି ନିବେଶ କରିବ ଜାପାନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସନ୍ଧ୍ୟାରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ଭାଗ ନେଇଛନ୍ତି । ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ ଏବଂ ସାଂସ୍କୃତିକ ସମ୍ବନ୍ଧ ଉପରେ ଆନ୍ତର୍ଜାତୀୟ ସ୍ତରରେ ଆଲୋଚନା ହୋଇଛି । ୧୪ ତମ ଭାରତ ଜାପାନ ଶିଖର ସମ୍ମିଳନୀରେ ପିଏମ ମୋଦୀ କହିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ପୁରୁଣା ବନ୍ଧୁତା ରହିଛି । ମୋଦୀ କହିଛନ୍ତି ଯେ ଜାପାନର ଲକ୍ଷ ଭାରତରେ ଆଗାମୀ ୫ ବର୍ଷରେ ୪୨ ଅରବ ଡଲାର ନିବେଶ କରିବା ରହିଛି ।

ସମ୍ମିଳନୀରେ ମୋଦୀ କହିଛନ୍ତି ଯେ ଗତ କିଛି ବର୍ଷରେ ଭାରତ ଏବଂ ଜାପାନ ମଧ୍ୟରେ ଆର୍ଥିକ ସମ୍ବନ୍ଧରେ ପ୍ରଗତି ହୋଇଛି । ଜାପାନ ଭାବରେ ସବୁଠୁ ବଡ଼ ନିବେଶକଙ୍କ ମଧ୍ୟରେ ଗୋଟିଏ । ବର୍ତ୍ତମାନ ଭାରତ ଏବଂ ଜାପାନ ମୁମ୍ବାଇ ଅହମଦାବାଦ ହାଇ ସ୍ପିଡ ରେଳ କରିଡର ଉପରେ ମିଶି କାମ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଜାପାନ ଆସନ୍ତା ୫ ବର୍ଷରେ ଭାରତରେ ଏହାର ନିବେଶକୁ ୫ ଟ୍ରିଲିୟନ ବା ୩.୨ ଲକ୍ଷ କୋଟି ପର୍ଯ୍ୟନ୍ତ ବଢ଼ାଇବ । ଉଭୟ ନେତାଙ୍କ ମଧ୍ୟରେ ୟୁକ୍ରେନ ସଂଙ୍କଟ ଉପରେ ମଧ୍ୟ ଆଲୋଚନା ହୋଇଛି ।

 

 

 

Get real time updates directly on you device, subscribe now.