fbpx
BSKY
BJD MC SKY
BJD YOUTH SKY

କାଳେ ଖାଇବାରେ କିଏ ବିଷ ଦେଇ ଦେବ, ୧୦୦୦ ବ୍ୟକ୍ତିଗତ କର୍ମଚାରୀଙ୍କୁ ହଟାଇ ଦେଲେ ପୁଟିନ୍

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ କରୁଥିବା ରୁଷର ରାଷ୍ଟ୍ରପତିଙ୍କୁ ନିଜର ଜୀବନକୁ ନେଇ ଘାରିଛି ଭୟ। କିଏ ଖାଇବାରେ ବିଷ ଦେଇ ମାରିଦେବ ତାକୁ ନେଇ ଚିନ୍ତିତ ପୁଟିନ୍। ତେଣୁ ନିଜର ବ୍ୟକ୍ତିଗତ ୧୦୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରି ଦେଇଛନ୍ତି ରୁଷ ରାଷ୍ଟ୍ରପତି। ସେମାନଙ୍କ ସ୍ଥାନରେ ନୂତନ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି।

ରୁଷ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପୁଟିନଙ୍କୁ ନିଜ ଖାଦ୍ୟରେ କିଏ ବିଷ ଦେଇ ଦେବ ତାକୁ ତାଙ୍କ ମନରେ ସନ୍ଦେହ ରହିଥିଲା। ନିକଟରେ ଗୁଇନ୍ଦା ତଥ୍ୟ ପରେ ପୁଟିନ ନିଜ ଜୀବନକୁ ନେଇ ବହୁତ ଡରି ଯାଇଛନ୍ତି। ରୁଷ ଟିଭି ସହ ଆଲୋଚନା ବେଳେ ପୁଟିନ୍ କହିଥିଲେ, ୟୁକ୍ରେନ ସହ ଲଢେଇ ଆରମ୍ଭ ହେବା ପରେ ତାଙ୍କୁ ମାରିବା ପାଇଁ କିଛି ଲୋକ ଦେଶଦ୍ରୋହୀ ହୋଇ ହତ୍ୟା ଷଡଯନ୍ତ୍ର ରଚିପାରନ୍ତି ।

ଡେଲି ବିଷ୍ଟର ସଂପାଦକ କ୍ରେଗ କୋପେଟସଙ୍କ କହିବା କଥା ରୁଷରେ ହତ୍ୟା କରିବାର ସବୁଠୁ ସହଜ ଉପାୟ ହେଉଛି ଖାଇବାରେ ବିଷ ଦେଇ ମାରିବା। ଏମିତିରେ ବି ପୁଟିନଙ୍କ ଭୋଜନ ପୂର୍ବରୁ ଖାଦ୍ୟର ଯାଞ୍ଚ କରାଯାଇଥାଏ। ତଥାପି ପୁଟିନ ନିଜର ବ୍ୟକ୍ତିଗତ ୧୦୦୦ ସହାୟକଙ୍କୁ ସଂପୂର୍ଣ୍ଣ ବଦଳାଇ ଦେଇଛନ୍ତି। ଚାକିରିରୁ ହଟାଯାଇଥିବା କର୍ମଚାରୀଙ୍କ ମଧ୍ୟରେ ସୁରକ୍ଷା କର୍ମୀ, ରୋଷେୟା ଏବଂ ବ୍ୟକ୍ତିଗତ ସଚିବ ସାମିଲ୍।

Get real time updates directly on you device, subscribe now.