fbpx

ଆଜିଠାରୁ ପ୍ୟାକେଟ୍ ଖାଦ୍ୟକୁ ଆଭଏଡ୍ କରନ୍ତୁ, ନଚେତ୍ ଅକାଳ ମୃତ୍ୟୁ….

ଖାଦ୍ୟକୁ ନେଇ ପ୍ରତ୍ୟେକ ମଣିଷର ଭିନ୍ନ ଭିନ୍ନ ରୁଚି ରହିଥାଏ । କିନ୍ତୁ ବେଳେବେଳେ ଏହି ରୁଚି ଆପଣଙ୍କର ଜୀବନହାନୀର କାରଣ ସାଜିଥାଏ । ଆମେ ଦୈନନ୍ଦିନ ସେବନ କରୁଥିବା ପ୍ୟାକେଟ୍ ଖାଦ୍ୟ ବା ପ୍ରୋସେସଡ୍ ଫୁଡ୍ ଆମ ଶରୀର ପାଇଁ କ୍ଷତିକର ବୋଲି ଏକ ପରୀକ୍ଷଣରୁ ଜଣାପଡ଼ିଛି । ଅଷ୍ଟ୍ରେଲିଆର ଏକ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏ ବିଷୟରେ ୧୦ ବର୍ଷ ଧରି ରିସର୍ଚ୍ଚ କରିବା ପରେ ଏହି ରିପୋର୍ଟ ଦେଇଛନ୍ତି ।

– ପ୍ୟାକେଟ୍ ଖାଦ୍ୟ ଖାଉଥିବା ଲୋକଙ୍କ ଠାରେ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ସମସ୍ୟା ଦେଖାଦେବା ସହ ଆୟୁଷ ହ୍ରାସ ଘଟିଥାଏ ବୋଲି ଜଣାପଡ଼ିଛି । ପ୍ୟାକେଟ୍ ଖାଦ୍ୟକୁ ତାଜା ରଖିବା ପାଇଁ ସେଥିରେ ବିଭିନ୍ନ ପ୍ରକାର କେମିକାଲ ବ୍ୟବହାର କରାଯାଇଥାଏ । ଯାହା ଆମର ହୃଦଘାତ ସମ୍ଭାବନାକୁ ବୃଦ୍ଧି କରିଥାଏ ।

-ଦିନକୁ ଚାରିଥର ଏହା ବ୍ୟବହାର କରୁଥିବା ଲୋକଙ୍କ ଆୟୁଷ ଅଧିକ ହ୍ରାସ ପାଇଥାଏ ବୋଲି କୁହାଯାଇଛି । ଛୋଟପିଲା ଏହାର ବହୁଳ ବ୍ୟବହାର କଲେ ପ୍ରିମାଚ୍ୟୁର ଡେଥ୍ ଆଶଙ୍କା ବଢ଼ିଯାଏ । ଏହାଛଡ଼ା ଏହାର ବ୍ୟବହାର ଦ୍ୱାରା ଶରୀରରେ କ୍ୟାନସର, ଅବସାଦ, ରକ୍ତଚାପ ଆଦି ରୋଗ ସୃଷ୍ଟି ହୋଇଥାଏ ।

Get real time updates directly on you device, subscribe now.