fbpx

କରୋନାରୁ ସୁସ୍ଥ ହେବାପରେ ବି ସେକ୍ସ କଲେ ବିପଦ! ଜାଣନ୍ତୁ କିପରି ରହିବେ ସତର୍କ

କରୋନା ସ୍ରଂକମିତ ପୁରୁଷଙ୍କ ଶୁକ୍ରାଣୁ ବା ସ୍ପର୍ମରେ କରୋନା ଭାଇରସ ମିଳିବା ପରେ ସେକ୍ସକୁ ନେଇ ଲୋକଙ୍କୁ ସଚେତନ କରାଯାଉଛି । କରୋନାରୁ ସୁସ୍ଥ ହେବା ପରେ ବି ସେକ୍ସ ମାଧ୍ୟମରେ ତାହା ଆପଣଙ୍କ ପାର୍ଟନରଙ୍କ ଶରୀରକୁ ପ୍ରବେଶ କରିପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ଯେ, ଯଦି କରୋନା ଲକ୍ଷଣ ଦେଖାଯାଏ, ତେବେ ସେକ୍ସରୁ ଦୂରେଇ ରହିବା ଜରୁରୀ । ଏହା ସହ କରୋନାରୁ ସୁସ୍ଥ ହେବାର କିଛି ଦିନ ପର୍ଯ୍ୟନ୍ତ ସେକ୍ସରୁ ଦୂରେଇ ରହିବାକୁ ବିଶେଷଜ୍ଞ କହିଛନ୍ତି । କାରଣ ସୁସ୍ଥ ହେବାର ବେଶ କିଛି ଦିନ ପର୍ଯ୍ୟନ୍ତ କରୋନା ଆମ ଶରୀରରେ ରହିଥାଏ ।

ସୁସ୍ଥ ହୋଇଥିବା ପୁରୁଷଙ୍କ ସ୍ପର୍ମରେ କରୋନା ମିଳିବା ପରେ ଥାଇଲ୍ୟାଣ୍ଡର ବିଶେଷଜ୍ଞ ଚେତାବନୀ ଦେଇ କହିଛନ୍ତି ଯେ, ପୁରୁଷଙ୍କ ସ୍ପର୍ମରେ କରୋନା ରହିପାରେ । ଏନେଇ ଏହାଠାରୁ ଦୂରେଇ ରୁହନ୍ତୁ । ସୁସ୍ଥ ହେବାର ପ୍ରାୟ ୩୦ ଦିନ ପର୍ଯ୍ୟନ୍ତ ସେକ୍ସ ନକରିବା ସହ ଚୁମ୍ପନକୁ ନକରିବା ଉଚିତ୍ । ଯଦି ଆପଣ ୩୦ ଦିନ ମଧ୍ୟରେ ସେକ୍ସ କରିବାକୁ ଚାହୁଁଛନ୍ତି, ତେବେ କଣ୍ଡୋମ ବ୍ୟବହାର କରନ୍ତୁ ।

Get real time updates directly on you device, subscribe now.