fbpx

ସୂର୍ଯ୍ୟାସ୍ତ ପରେ ମନା ଏହି ୫ଟି ଜିନିଷ, ଅନ୍ୟଥା ହୋଇଯିବେ ଗରିବ

ଭୁବନେଶ୍ୱର : ହିନ୍ଦୁ ଧର୍ମର ଲୋକେ ସୂର୍ଯ୍ୟଙ୍କୁ ଦେବତା ଭାବେ ପୂଜା କରନ୍ତି । ମନେକରାଯାଏ ଯେ ପ୍ରତିଦିନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ଏବଂ ପାଣି ଚଢାଇବା ଦ୍ୱାରା ଭକ୍ତଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହୁଏ । ସନାତନ ଧର୍ମରେ ବାସ୍ତୁ ଶାସ୍ତ୍ରର ବହୁତ ମହତ୍ୱ ରହିଛି । ଘର ତିଆରି କରିବା ଠାରୁ ଆରମ୍ଭ କରି ଘରର ସାଜସଜା ପର୍ଯ୍ୟନ୍ତ ବାସ୍ତୁ ଉପରେ ଧ୍ୟାନ ରଖି କରିବା ଉଚିତ । ବାସ୍ତୁରେ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତକୁ ନେଇ ମଧ୍ୟ ଧ୍ୟାନ ରଖିବାକୁ ପଡିଥାଏ । ହିନ୍ଦୁଧର୍ମରେ ସୂର୍ଯ୍ୟାସ୍ତ ପରେ କେତେକ କାମ କରାଯାଏ ନାହିଁ । ଜାଣିନିଅନ୍ତୁ ବାସ୍ତୁ ଅନୁସାରେ ସୂର୍ଯ୍ୟାସ୍ତ ପରେ କେଉଁ ସବୁ କାମ କରିବା ଉଚିତ ନୁହେଁ ।

ସନ୍ଧ୍ୟା ସମୟରେ ଶୋଇବା ଉଚିତ ନୁହେଁ : ସୂର୍ଯ୍ୟାସ୍ତ ସମୟରେ ଏବଂ ସନ୍ଧ୍ୟା ସମୟରେ ଶୋଇବାକୁ ଅଶୁଭ ମନେ କରାଯାଏ । ବାସ୍ତୁ ଅନୁସାରେ ଯେଉଁ ଘରେ ଲୋକେ ସନ୍ଧ୍ୟା ସମୟରେ ଶୋଇଥାନ୍ତି ସେହି ଘରେ ଲକ୍ଷ୍ମୀ ବାସ କରନ୍ତି ନାହିଁ ।

ତୁଳସୀ ଗଛରେ ପାଣି ଦିଅନ୍ତୁ ନାହିଁ : ବାସ୍ତୁ ଅନୁସାରେ ସନ୍ଧ୍ୟା ସମୟରେ ତୁଳସୀ ଗଛରେ ଆଦୌ ପାଣି ଦିଅନ୍ତୁ ନାହିଁ ଏବଂ ପତ୍ର ଛିଡାନ୍ତୁ ନାହିଁ । ଏମିତି କରିବା ଦ୍ୱାରା ମାଆ ଲକ୍ଷ୍ମୀ ଘରୁ ଚାଲି ଯାଆନ୍ତି । ସନ୍ଧ୍ୟାରେ ଏହି ଜିନିଷ କରିଲେ ଅଶୁଭ ମନେ କରାଯାଏ ।

ଟଙ୍କା ଦିଆ ନିଆ କରନ୍ତୁ ନାହିଁ : ହିନ୍ଦୁ ଧର୍ମରେ ପରମ୍ପରା ରହିଛି ଯେ ସୂର୍ଯ୍ୟାସ୍ତ ପରେ କୌଣସି ବ୍ୟକ୍ତିଙ୍କ ଠାରୁ ଟଙ୍କା ଆଣିବା ଏବଂ ଟଙ୍କା ଦେବା ଉଚିତ ନୁହେଁ । ଏମିତି କରିବା ଦ୍ୱାରା ଘରେ ଦାରିଦ୍ରତା ବୃଦ୍ଧି ପାଇଥାଏ ।

ଝାଡ଼ୁ ଲଗାନ୍ତୁ ନାହିଁ : ବାସ୍ତୁ ଅନୁସାରେ ସନ୍ଧ୍ୟା ସମୟରେ ଘରେ ଝାଡ଼ୁ କରିବା ଉଚିତ ନୁହେଁ । ଏହି ସମୟରେ ଝାଡ଼ୁ କରିବା ଦ୍ୱାରା ଧନରେ ହାନି ହୋଇଥାଏ । ସନ୍ଧ୍ୟା ସମୟରେ ଘରର ଅଳିଆ, ଆବର୍ଜନା ଫୋପାଡିବା ଉଚିତ ନୁହେଁ । ଏହି କାମ କରିଲେ ଘରକୁ ଦାରିଦ୍ରତା ଆସିଥାଏ ।

ଏହି ଜିନିଷକୁ ଭୁଲରେ ବି ଦାନ କରନ୍ତୁ ନାହିଁ : ବାସ୍ତୁ ଅନୁସାରେ ସନ୍ଧ୍ୟା ସମୟରେ ଲୁଣ, ହଳଦୀ, କ୍ଷୀର, ଦହି ଏବଂ ଖଟା ଜାତୀୟ ଜିନିଷ ଆଦୌ ଦାନ କରନ୍ତୁ ନାହିଁ । ଏହା କରିବା ଦ୍ୱାରା ଘରର ଧନ ହାନୀ ହୋଇଥାଏ ।

Get real time updates directly on you device, subscribe now.