fbpx

ଗଜବ ପ୍ରିପେଡ୍ ପ୍ଲାନ! ୧୮୦ ଦିନ କରିବାକୁ ପଡିବ ନାହିଁ ମୋବାଇଲ ରିଚାର୍ଜ

ନୂଆଦିଲ୍ଲୀ: ବହୁ ସମୟ ପର୍ଯ୍ୟନ୍ତ ମୋବାଇଲ ରିଚାର୍ଜରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି କି? ତେବେ ଭୋଡାଫୋନ-ଆଇଡିଆ ଆପଣଙ୍କ ପାଇଁ ଏକ ଖାସ ଉପାୟ ଆଣିଛି । ଏହି ପ୍ଲାନରେ ଆପଣଙ୍କୁ ବହୁ ଆଡିସନାଲ ବେନିଫିଟ ମଧ୍ୟ ମିଳିବ ।

ତେବେ ଏହି ପ୍ରିପେଡ ପ୍ଲାନରେ ୧୪୪୯ ଟଙ୍କାର ପ୍ରିପେଡ୍ ଟ୍ୟାଗ ଆସୁଛି । କମ୍ପାନୀର ଏହି ପ୍ଲାନ ୧୮୦ ଦିନ ପର୍ଯ୍ୟନ୍ତ ଚାଲିବ । ଇଣ୍ଟରନେଟ ୟୁଜ କରିବା ପାଇଁ କମ୍ପାନୀ ପ୍ରତିଦିନ ୧.୫ଜିବି ଡାଟା ଦେଉଛି । ଖାସ କଥା ହେଉଛି ଯେ,ଏହି ପ୍ଲାନରେ ଆପଣଙ୍କୁ ୫୦ଜିବି ଡାଟା ମଧ୍ୟ ଏକ୍ସଟ୍ରା ମିଳିବ । ଏହା ବ୍ୟତୀତ କମ୍ପାନୀ ପ୍ରତିଦିନ ୧୦୦ଟି ଫ୍ରି ଏସଏମଏସ ଏବଂ ଅନଲିମିଟେଡ୍ କଲିଂ ମଧ୍ୟ ମିଳିବ ।

ଏଥିରେ ବିଞ୍ଜ ଅଲ୍ ନାଇଟ ଛଡା ଡାଟା ଡିଲାଇଟ୍ସ ଏବଂ ୱିକେଣ୍ଡ ଡାଟା ରୋଲଓଭର ମଧ୍ୟ ଏଥିରେ ସାମିଲ ଅଛି । ବିଞ୍ଜ ଅଲ ନାଇଟରେ ଆପଣଙ୍କୁ ରାତି ୧୨ ରୁ ସକାଳ ୬ଟା ପର୍ଯ୍ୟନ୍ତ ଅନଲିମିଟେଡ୍ ଡାଟା ବ୍ୟବହାର କରିବା ପାଇଁ ସୁବିଧା ମିଳିବ । ଏହି ପ୍ଲାନ ଅନୁସାରେ ଅଫର କରାଯାଇଥିବା ଡେଲି ଡାଟା ଏବଂ ଫ୍ରିରେ ମିଳିଥିବା ୫୦ଜିବି ଡାଟା କୋଟାରେ କିଛି କଟିବ ନାହିଁ । ଏଥିସହ ଭି-ଆଇ ମୁଭି ଏବଂ ଟିଭି ଆପର ମଧ୍ୟ ଫ୍ରି ସବସ୍କ୍ରିପସନ ଦେଉଛି କମ୍ପାନୀ ।

Get real time updates directly on you device, subscribe now.