fbpx

(Video)ଡାଏଟିସିଆନଙ୍କୁ ନିଜ ଜୀବନର ସାଥି କରିଲେ ଅକ୍ଷର, ବିବାହ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରଲ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଅକ୍ଷର ପଟେଲ ଗୁରୁବାର ବଡୋଦରା ଠାରେ ମେହା ପଟେଲଙ୍କ ସହ ବିବାହ କରିଛନ୍ତି । ଅକ୍ଷର ପଟେଲଙ୍କ ପତ୍ନୀ ମେହା ପଟେଲ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ବିବାହ ଭିଡିଓ ସେୟାର କରିଛନ୍ତି।

ସୂଚନାନୁସାରେ ଅଲରାଉଣ୍ଡର ଅକ୍ଷର ପଟେଲ ବିବାହ ପାଇଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ODI ସିରିଜରୁ ବିରତି ନେଇଛନ୍ତି। ଅକ୍ଷର ଏବଂ ମେହା ଙ୍କ ବିବାହର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡରଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

ସୂଚନାମୁତାବକ ଅକ୍ଷର ପଟେଲଙ୍କ ପତ୍ନୀ ମେହା ପଟେଲ ଜଣେ ଡାଏଟିସିଆନ୍। ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ଅକ୍ଷର ପଟେଲ ୨୦ ଜାନୁଆରୀରେ ତାଙ୍କ ଜନ୍ମଦିନରେ ମେହାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ।

ଅକ୍ଷର ପଟେଲ ୨୦୧୪ ରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିଥିଲେ। ସେ ଏପର୍ଯ୍ୟନ୍ତ ୮ ଟି ଟେଷ୍ଟ, ୪୯ ଟି ODI ଏବଂ ୪୦ ଟି ଆନ୍ତର୍ଜାତୀୟ ଟି -୨୦ ମ୍ୟାଚ୍ ଖେଳିଛନ୍ତି। ଏଥିରେ ସେ ଯଥାକ୍ରମେ ୪୭, ୫୬ ଏବଂ ୩୭ ୱିକେଟ୍ ନେଇଛନ୍ତି। ସେ ବର୍ତ୍ତମାନ ଟିମ୍ ଇଣ୍ଡିଆର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଅଟନ୍ତି ।

Get real time updates directly on you device, subscribe now.