fbpx

ଭିଜିଲାନ୍ସ ଜାଲରେ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ଧରାପଡ଼ିଲେ ଏପରି

କେନ୍ଦୁଝର: ବର୍ତ୍ତମାନ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର କୁମାର ସେଠୀ ଭିଜିଲାନ୍ସ ଜାଲରେ ଧରା ପଡିଥିବା କଥା ସାମ୍ନାକୁ ଆସିଛି, ସେ ଛୁଟି ଦରମା କରାଇଦେବା ପାଇଁ ଜଣେ ପଶୁ ଡାକ୍ତରଙ୍କ ଠାରୁ ୧୦ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।

ସୂଚନା ଅନୁଯାୟୀ, ଚମ୍ପୁଆ ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ବରିଷ୍ଠ କିରାଣୀ ମହେନ୍ଦ୍ର ସେଠୀ ଯୋଡ଼ାର ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ଶୁଭାଶିଷ ମହାପାତ୍ରଙ୍କର ୨୦୨୨ ଜାନୁଆରୀ ୧୭ ଠାରୁ ୩୦ ପର୍ଯ୍ୟନ୍ତ ଛୁଟିର ଦରମା କରିଦେବାକୁ ୧୦ ହଜାର ଲାଞ୍ଚ ମାଗିଥିଲେ। ତେବେ ଆଜି ସକାଳେ ଡା.ଶୁଭାଶିଷଙ୍କ ନିକଟରୁ କାର୍ଯ୍ୟାଳୟରେ ୧୦ ହଜାର ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ତାଙ୍କୁ ଜାଲରେ ଶିକାର କରିଛି।

ଘଟଣାସ୍ଥଳରେ, ଭିଜିଲାନ୍ସ ଟିମ ବରିଷ୍ଠ କିରାଣୀଙ୍କ ଚମ୍ପୁଆ ସରକାରୀ କାର୍ଯ୍ୟାଳୟ ବାସ ଭବନ ସମେତ ଯାଜପୁର ଜିଲ୍ଲାର ନିଜ ଘରେ ଏକ କାଳୀନ ଚଢ଼ାଉ କରାଯାଉଛି।

Get real time updates directly on you device, subscribe now.