fbpx
BJD SKY
BJD SKY

ପାକିସ୍ତାନ ଇତିହାସରେ ପ୍ରଥମ, ମହିଳା ଜଷ୍ଟିସ୍ ଆୟଶା ମଲ୍ଲିିକ ହେବେ ମୁଖ୍ୟବିଚାରପତି

BJD

ଇସଲାମବାଦ: ପାକିସ୍ତାନ ଏପରି ଏକ ଦେଶ, ଯେଉଁଠାରେ ମହିଳାଙ୍କୁ ବୁର୍ଖା ନପିନ୍ଧିବାର ସ୍ୱାଧିନତା ନାହିଁ । ଏଭଳି ଦେଶରେ ପ୍ରଥମଥର ପାଇଁ ଜଣେ ମହିଳା ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି । ତେବେ ଜଷ୍ଟିସ୍ ଆୟଶା ମଲ୍ଲିକ ପାକିସ୍ତାନର ପ୍ରଥମ ମହିଳା ମୁଖ୍ୟ ବିଚାରପତି ହେବାକୁ ଯାଉଛନ୍ତି । କାହିଁକି ନା ପାକିସ୍ତାନର ଚିଫ୍ ଜଷ୍ଟିସ୍ ମୁଶୀର ଆଲମ ୧୭ ଅଗଷ୍ଟରେ ଅବସର ନେବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ସେ ଖୋଦ୍ ସୁପ୍ରିମକୋର୍ଟରେ ଆୟଶା ମଲ୍ଲୀକଙ୍କ ପଦୋନ୍ନତି ପାଇଁ ସୁପାରିଶ କରିଛନ୍ତି ।

ତେବେ ଆୟଶା ବର୍ତ୍ତମାନ ଲାହୋର ହାଇକୋର୍ଟର ଜଜ୍ ଓ ବରିଷ୍ଠତା ସୂଚୀରେ ୪ର୍ଥ ସ୍ଥାନରେ ରହିଛନ୍ତି । ସେ ୧୯୯୭ରୁ ୨୦୦୦୧ ପର୍ଯ୍ୟନ୍ତ କରାଚୀରେ ନିଜର ଆଇନଗତ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୯ ମସିହାରେ ଜଷ୍ଟିସ ଆୟେଶା ମଲ୍ଲିକ ଲାହୋରରେ ମହିଳା ବିଚାରପତିଙ୍କ ସୁରକ୍ଷା ପାଇଁ କମିଟିର ସଭାପତି ହୋଇଥିଲେ ।

Get real time updates directly on you device, subscribe now.