fbpx

ଭ୍ୟାକ୍ସିନ ନେଇ ନାହାନ୍ତି ତ ପଞ୍ଜାବରେ ନୋ ଏଣ୍ଟ୍ରି, ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଘୋଷଣା

ନୂଆଦିଲ୍ଲୀ : କରୋନାର ପ୍ରକୋପ ଏ ପର୍ଯ୍ୟନ୍ତ ଥମିନାହିଁ । ଏହା ମଧ୍ୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି, ଏବେ ପଞ୍ଜାବରେ ସେହିମାନଙ୍କୁ ପ୍ରବେଶ ମିଳିବ ଯାହାଙ୍କ ପାଖରେ ନେଗେଟିଭ୍ ଆରଟିପିସିଆର ରିପୋର୍ଟ ଥିବ କିମ୍ବ।। ଯିଏ ଭ୍ୟାକ୍ସିନର ଦୁଇ ଡୋଜ୍ ନେଇଥିବେ । ଏହି ଆଦେଶ କଡାକଡି ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ପ୍ରଶାସନକୁ ଆଦେଶ ଦେଇଛନ୍ତି । ବିଶେଷ କରି ହିମାଚଳ ପ୍ରଦେଶ ଓ ଜାମ୍ମୁରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖିବାକୁ କୁହାଯାଉଛି । କାରଣ ଏହି ଦୁଇ ରାଜ୍ୟରେ କରୋନା ଭାଇରସ୍ ମାମଲାରେ ବୃଦ୍ଧି ଘଟିଛି । ପଞ୍ଜାବ ସରକାରଙ୍କ ଏହି ଆଦେଶ ସୋମବାରଠୁ ଲାଗୁ ହେବ ।

କରୋନା ବିପଦକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ନିଜ ଆଦେଶରେ ଏହା ମଧ୍ୟ କହିଛନ୍ତି, ରାଜ୍ୟର ସ୍କୁଲ ଓ କଲେଜକୁ କେବଳ ସେହି ଶିକ୍ଷକ ଏବଂ କର୍ମଚାରୀ ଆସି ପାରିବେ, ଯେଉଁମାନେ କୋଭିଡ୍-୧୯ର ଡବଲ ଡୋଜ୍ ନେଇ ସାରିଛନ୍ତି । ଆଉ ଯେଉଁ ଲୋକେ ନିକଟରେ କରୋନାରୁ ସୁସ୍ଥ ହୋଇଛନ୍ତି, ସେମାନେ ସ୍କୁଲ, କଲେଜ ଆସି ପାରିବେ । ଏବେ କେବଳ ଛାତ୍ର-ଛାତ୍ରୀଙ୍କ ଅନଲାଇନ୍ କ୍ଲାସ୍ ଜାରି ରହିବ ବୋଲି ଅମରିନ୍ଦର କହିଛନ୍ତି ।

ସେ କହିଛନ୍ତି, ଶିକ୍ଷା ଗତିବିଧି ସହ ଜଡିତ ସମସ୍ତ କର୍ମଚାରୀଙ୍କୁ ପ୍ରାଥମିକତା ଭିତ୍ତିରେ କ୍ୟାମ୍ପ ଲଗାଇ ଟିକା ଦିଆଯାଉ । ସୂଚନାଯୋଗ୍ୟ, ଶୁକ୍ରବାର ପଞ୍ଜାବରେ କରୋନାର ମୋଟ୍ ୮୮ ସଂକ୍ରମିତ ଚିହ୍ନଟ ହୋଇଥିଲେ । କାହାରି ମୃତ୍ୟୁ ଘଟିନଥିବା କୁହାଯାଇଛି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପାଖାପାଖି ୬ ଲକ୍ଷରେ ପହଞ୍ଚିଛି । ପଞ୍ଜାବରେ ସ୍କୁଲ ଓ କଲେଜ ପୁନର୍ବାର ଖୋଲିବା ପାଇଁ କୋଭିଡ ଟେଷ୍ଟିଂ ବଢାଇ ଦିଆଯାଇଛି । ଏବେ ସ୍କୁଲଗୁଡିକରୁ ପ୍ରତି ଦିନ ଅତି କମରେ ୧୦ ହଜାର ନମୂନାର ଆରଟି-ପିସିଆର ଟେଷ୍ଟ କରାଇବାକୁ ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.