fbpx
BSKY
BJD SHG SKY
BJD MC SKY

ଟ୍ରେନରେ ମହିଳା ସିପାହୀଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାରେ ଶୁଣାଣୀ ଲାଗି ରାତିରେ ଖୋଲିଲା କୋର୍ଟ, ଘରେ ମୁଖ୍ୟ ବିଚାରପତି ବସାଇଲେ ବେଞ୍ଚ

ଲକ୍ଷ୍ନୌ: ସରଯୁ ଏକ୍ସପ୍ରେସ ଟ୍ରେନରେ ମହିଳା ସିପାହୀଙ୍କ ସହ ହୋଇଥିବା ମରଣାନ୍ତକ ଆକ୍ରମଣକୁ ନେଇ ରବିବାର ରାତିରେ ଆହ୍ଲାବାଦ ହାଇକୋର୍ଟରେ ବିଶେଷ ଶୁଣାଣୀ ହୋଇଥିଲା ଯାହା ଏକ ନୂଆ ଇତିିହାସ ସୃଷ୍ଟି କରିଛି । ଆହ୍ଳାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ପ୍ରୀତିଙ୍କର ଦିବାକର ଗତ ରବିବାର ରାତିରେ ନିଜ ଘରେ ଏକ ବିଶେଷ ଅଦାଲତର ଆୟୋଜନ କରିଥିଲେ ଓ ଏହି ମାମଲାରେ ପ୍ରଥମେ ପିଆଇଏଲ୍ କରାଇବା ସହ ବିଳମ୍ବିତ ରାତ୍ରୀରେ ମାମଲାର ଶୁଣାଣୀ କରିଛନ୍ତି ।

ମୁଖ୍ୟ ବିଚାରପତି ବିଳମ୍ବିତ ରାତ୍ରୀରେ ବସାଇଥିବା ଏହି ସ୍ୱତନ୍ତ୍ର ବେଞ୍ଚରେ କେବଳ ଘଟଣାକୁ ନେଇ ନିନ୍ଦା କରି ନ ଥିଲେ ବରଂ ଏହି ମାମଲାରେ ରାଜ୍ୟ ସରକାର ଓ ରେଳବିଭାଗକୁ ନୋଟିସ୍ ଜାରି କରିଛନ୍ତି । ଏହା ସହିତ ଆଜି ମଧ୍ୟାହ୍ନରେ ପୁନର୍ବାର ଏହାର ଶୁଣାଣୀ କରାଯିବ ଯେଉଁଥିରେ ସରକାରଙ୍କୁ କୋର୍ଟ ପକ୍ଷରୁ କିଛି ଜବାବ ମଗାଯାଇଛି ।

ଆହ୍ଲାବାଦ ହାଇକୋର୍ଟ ରବିବାର ଛୁଟି ଦିନରେ ରାତି ୯ଟା ସମୟରେ ବିଶେଷ ବେଞ୍ଚ ଗଠନ କରି ଏହି ମାମଲାର ଶୁଣାଣୀ କରିଛନ୍ତି । ଏହି ବେଞ୍ଚରେ ମୁଖ୍ୟ ବିଚାରପତି ପ୍ରୀତିଙ୍କର ଦିବାକର ଓ ବିଚାରପତି ଆଶୁତୋଷ ଶ୍ରୀବାସ୍ତବ ମାମଲାର ଶୁଣାଣୀ କରିଥିଲେ । ଏହା ପୂର୍ବରୁ ହାଇକୋର୍ଟ ଓକିିଲ ରାମକୁମାର କୌଶିକ ଏହି ମାମଲାରେ ପିଆଏଲ୍ ଦାଖଲ କରି ଆବେଦନ କରିଥିଲେ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଗତ ୨୯ ଅଗଷ୍ଟ ତାରିଖ ଭୋର ୪ଟା ସମୟରେ ମନକାପୁରରୁ ଅଯୋଧ୍ୟା ଆସୁଥିବା ସରଜୁ ଏକ୍ସପ୍ରେସରେ ଜଣେ ମହିଳା ସିପାହୀଙ୍କୁ ରକ୍ତରେ ଜୁୁଡୁବୁଡୁ ହୋଇ ଏକ ବଗିର ସିଟ୍ ତଳେ ପଡି ଛଟପଟ ହେଉଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହି ମରଣାନ୍ତକ ଆକ୍ରମଣ ଘଟଣାର ୬ ଦିନ ପରେ ମଧ୍ୟ ଉତ୍ତରପ୍ରଦେଶ ପୋଲିସ ହାତ ଖାଲି ରହିଛି । ମହିଳାଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବରେ ଆକ୍ରମଣ କରାଯାଇଥିଲା ଓ ମହିଳାଙ୍କ ମୁଣ୍ଡରେ ୨ ଟି ସ୍ଥାନ ଫାଟିଯାଇଛି । ତାଙ୍କ ଅବସ୍ଥା ଏବେ ବହୁତ ଗମ୍ଭୀର ରହିଛି । ଲକ୍ଷ୍ନୌ କେଜିଏମସି ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।

Get real time updates directly on you device, subscribe now.