fbpx

କଂଗ୍ରେସରେ ଯୋଗ ଦେଲେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି

ଭୁବନେଶ୍ୱର: ୨୦୨୪ ସାଧାରଣକୁ ନେଇ ପ୍ରସ୍ତୁତ ହେଉଛି ରାଜ୍ୟ କଂଗ୍ରେସ । ନିକଟରେ ବହୁ ପ୍ରଶାସନିକ ଅଧିକାରୀଙ୍କୁ ଦଳରେ ସାମିଲ କରାଇଥିବା ବେଳେ ଏବେ କ୍ରୀଡ଼ାବିତଙ୍କୁ ବି ସାମିଲ କରିଛି ଦଳ । ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କି ଆଜି ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । ଶ୍ରୀ ତିର୍କି କଂଗ୍ରେସ ଭବନର ମିଶ୍ରଣ ପର୍ବରେ ଯୋଗ ଦେଇଛନ୍ତି । ଏହି ଅବସରରେ ଦଳ ତରଫରୁ ତାଙ୍କୁ ସ୍ୱାଗତ ଜଣାଇଛି ।

ପ୍ରବୋଧଙ୍କ ସହ ଏକାମ୍ର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ପ୍ରସନ୍ନ କୁମାର ଞ୍ଚପତି ମଧ୍ୟ କଂଗ୍ରେସରେ ଯୋଗ ଦେଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଚେଲା କୁମାର, ବିଧାୟକ ସୁରେଶ ରାଉତରାୟ, ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖଙ୍କ ଉପସ୍ଥିତରେ ସେ ଆଜି ଦଳରେ ଯୋଗ ଦେଇଥିବା ଦେଖିବାକୁ ମିଳିଛି ।

ଏହି ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ, ଆସନ୍ତା ସେପ୍ଟେମ୍ବର ୨୫ ରୁ ଅକଟୋବର ୧୫ ଯାଏ ‘ଘରେ ଘରେ କଂଗ୍ରେସ , ଘରେ ଘରେ ହାତ’ ନାମରେ ଅଭିଯାନ ଚାଲିବ । ଆଉ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚିବ କଂଗ୍ରେସ । ସେହିପରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରର ବିଫଳତାକୁ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯିବ ବୋଲି ପିସିସି ସଭାପତି କହିଛନ୍ତି ।

Get real time updates directly on you device, subscribe now.