fbpx
BJD
BJD SKY
BJD SKY

ପୁଣି ଆଉ ଥରେ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡିଂ କଲା ଚନ୍ଦ୍ରଯାନ ୩, ୪୦ ସେମି ଉପରକୁ ଡିଆଁ ମାରି ଚନ୍ଦ୍ରରେ ବିକ୍ରମ ଦେଖାଇଲା କମାଲ

ନୂଆଦିଲ୍ଲୀ:ଚନ୍ଦ୍ରଯାନ ୩ ଚନ୍ଦ୍ରପୃଷ୍ଠରେ ପୁଣି ଆଉ ଥରେ ଲ୍ୟାଣ୍ଡିଂ କରିଛି । ଇସ୍ରୋ ସୋମବାର ଏହି ସୂଚନା ଦେଇଛି । ପ୍ରକୃତ ଘଟଣା ହେଉଛି ବିକ୍ରମ ଲ୍ୟାଣ୍ଡରକୁ ପ୍ରଥମେ ଚନ୍ଦ୍ର ପୃଷ୍ଠରେ ୪୦ ସେଣ୍ଟିମିଟର ଉପରକୁ ଉଠାଯାଇଛି ଓ ପରେ ଏହାକୁ ୩୦ରୁ ୪୦ ସେଣ୍ଟିମିଟର ଦୂରତାରେ ସୁରକ୍ଷିତ ଲ୍ୟାଣ୍ଡିଂ କରାଯାଇଛି ।

ଇସ୍ରୋ ପକ୍ଷରୁ ଏକ୍ସରେ ଏ ବିଷୟରେ ସୂଚନା ଦିଆଯାଇ କୁହାଯାଇଛି ଯେ, ‘ବିକ୍ରମ ଚନ୍ଦ୍ରପୃଷ୍ଠରେ ପୁଣି ଥରେ ସଫଳ ଅବତରଣ କରିଛି । ମିଶନର ଉଦ୍ଦେଶ୍ୟ ଆଗକୁ ଯାଇ ଏବେ ବିକ୍ରମ କାମ କରୁଛି । ଏହା ଆଉ ଏକ ପ୍ରୟୋଗକୁ ସଫଳ କରିପାରିଛି । ବିକ୍ରମ ଲ୍ୟାଣ୍ଡରର ଇଂଜିନ ପୁଣି ଥରେ ଷ୍ଟାର୍ଟ ହୋଇଛି ଓ ଏହା ଚନ୍ଦ୍ର ପୃଷ୍ଠରୁ ୪୦ ସେମି ଉପରକୁ ଉଠି ପୁଣି ତଳକୁ ଧୀର ଅବତରଣ କରିଛି । ବିକ୍ରମର ଏହି କାର୍ଯ୍ୟ ଭବିଷ୍ୟତରେ ସାମ୍ପଲ ରିଟର୍ଣ୍ଣ ମିଶନ ଅର୍ଥାତ୍ ଚନ୍ଦ୍ରପୃଷ୍ଠରୁ ନମୂନା ସଂଗ୍ରହ କରୁଥିବା ମିଶନ ଓ ମାନବ ମିଶନକୁ ସଫଳ କରାଇବାରେ ସହାୟକ ହେବ ବୋଲି ଇସ୍ରୋର ବୈଜ୍ଞାନିକମାନେ କହିଛନ୍ତି ।

ଇସ୍ରୋ ବୈଜ୍ଞାନିକ କହିଛନ୍ତି ଚନ୍ଦ୍ରଯାନ ୩ ନିଜ ଟାର୍ଗେଟରୁ ଅଧିକ ଭଲ କାମ କରୁଛି । ଗୋଟେ ପଟେ ପ୍ରଜ୍ଞାନ ରୋଭର ଶୋଇପଡିଥିବା ବେଳେ ବିକ୍ରମ ଚନ୍ଦ୍ରପୃଷ୍ଠରେ ୩୦ ୪୦ ଫୁଟ ଉଚ୍ଚକୁ ଡିଆଁ ମାରି ପୁଣି କିଛି ଦୂରରେ ଧୀର ଅବତରଣ କରିବା ଘଟଣାକୁ ନେଇ ଇସ୍ରୋ ବୈଜ୍ଞାନିକ ମାନେ ବେଶ୍ ଉତ୍ସାହିତ ଅଛନ୍ତି ।

Get real time updates directly on you device, subscribe now.