fbpx
BJD SKY
BJD SKY

ତାଜମହଲ ଠାରୁ ବି ସୁନ୍ଦର ହେବ ଅଯୋଧ୍ୟାରେ ତିଆରି ହେଉଥିବା ମସଜିଦ୍‌, ମାଗଣା ଖାଦ୍ୟ ସହ ଚିକିତ୍ସା ବି ହେବ ଉପଲବ୍ଧ

BJD

ମୁମ୍ବାଇ: ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଅଯୋଧ୍ୟା ଠାରୁ ୨୫ କିଲୋମିଟର ଦୂର ଧନ୍ନିପୁର ଠାରେ ମସଜିଦର ନିର୍ମାଣ କରାଯାଉଛି । ଯେଉଁ ସ୍ଥାନରେ ଏହି ମସଜିଦ୍‌ର ନିର୍ମାଣ କରାଯାଉଛି ତାହାକୁ ଉତ୍ତରପ୍ରଦେଶ ସରକାର ଅଯୋଧ୍ୟା ବିବାଦରେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ମୁସଲମାନଙ୍କୁ ଦେଇଥିଲେ ।

ତେବେ ଅଯୋଧ୍ୟା ଧନ୍ନିପୁରରେ ନିର୍ମାଣ ହେଉଥିବା ମସଜିଦ୍ ‘ମୋହମ୍ମଦ ବିନ୍ ଅବଦୁଲ୍ଲା’ର ଅଧ୍ୟକ୍ଷ ଓ ବିଜେପି ନେତା ହାଜି ଅରଫାତ୍ ଶେଖ କହିଛନ୍ତି ଏହି ମସଜିଦ୍ ତାଜମହଲ ଠାରୁ ବି ସୁନ୍ଦର ହେବ । ଏହି ମସଜିଦ୍‌ରେ କେବଳ ଆଲ୍ଲାଙ୍କ ଆଶୀର୍ବାଦ ମିଳିବ ନାହିଁ ବରଂ ବିଭିନ୍ନ ରୋଗର ମେଡିସିନ୍ ବି ମିଳିବ । ଏଠାରେ ସମସ୍ତଙ୍କ ପାଇଁ ଶାକାହାର ଲଙ୍ଗର ବ୍ୟବସ୍ଥା କରାଯିବ । ଏହା ବିଶ୍ୱର ପ୍ରଥମ ମସଜିଦ୍ ହେବ ଯେଉଁଠିକୁ ସବୁ ସଂପ୍ରଦାୟର ଲୋକେ ଆସିପାରିବେ ଓ ଭୋଜନ ବି କରିପାରିବେ ।

ଏହି ମସଜିଦ୍‌ରେ ଏକ ସଙ୍ଗେ ୫,୦୦୦ ଲୋକ ଖାଦ୍ୟ ଖାଇପାରିବେ । ଏଠାରେ ୫୦୦ ଶଯ୍ୟା ବିଶିଷ୍ଟ ଏକ ବିଶ୍ୱସ୍ତରୀୟ କ୍ୟାନସର ହସ୍ପିଟାଲ ରହିବ ଓ ଉତ୍ତରପ୍ରଦେଶର କୌଣସି ବି ବ୍ୟକ୍ତିକୁ ମୁମ୍ବାଇର ଟାଟା କ୍ୟାନସର ହସ୍ପିଟାଲ କିମ୍ବା ଅନ୍ୟ କେଉଁଠିକୁ ଯିବାକୁ ପଡିବ ନାହିଁ ।

ଏହା ସହିତ ଏଠାରେ ଡେଣ୍ଟାଲ, ମେଡିକାଲ ଓ ଇଂଜିନିୟରିଂର ବିଭିନ୍ନ କଲେଜ ମଧ୍ୟ ରହିବ । ମାନବତା ଆଧାରରେ ଏହି ମସଜିଦ୍ ପାଶ୍ୱର୍ରେ ବିଭିନ୍ନ ସୁବିଧା ଉପଲବ୍ଧ ହେବ ଓ ଏହାକୁ ପର୍ଯ୍ୟଟନ ସ୍ଥଳ ଭାବରେ ମଧ୍ୟ ଘୋଷଣା କରାଯିବ । ଏହା ପୁରା ବିଶ୍ୱରେ ସବୁଠାରୁ ସ୍ୱତନ୍ତ୍ର ମସଜିଦ୍ ହେବ ଓ ଏହାର ନାମ ଇତିହାସରେ ଲିପିବଦ୍ଧ ହୋଇରହିବ ।

Get real time updates directly on you device, subscribe now.