fbpx

‘ମୁଁ କୁସ୍ତି ତ୍ୟାଗ କରୁଛି…’ ଅଲିମ୍ପିକ ମେଡାଲିଷ୍ଟ ସାକ୍ଷୀ ମଲ୍ଲିକଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଅଲିମ୍ପିକରେ ମେଡାଲ ଜିତି ଦେଶ ପାଇଁ ଗର୍ବ ଆଣିଥିବା କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ଏକ ବଡ଼ ଘୋଷଣା କରିଛନ୍ତି । ଏକ ପ୍ରେସ କନଫରେନ୍ସ ଜରିଆରେ କୁସ୍ତି ଛାଡ଼ିବା ନେଇ ସୂଚନା ଦେଇଛନ୍ତି ସାକ୍ଷୀ । ଗୃହମନ୍ତ୍ରୀଙ୍କ ନିଷ୍ପତ୍ତି ଏବଂ ଡବ୍ଲୁଏଫଆଇର ନୂଆ ଅଧ୍ୟକ୍ଷଙ୍କ ଉପରେ କ୍ଷୁବ୍ଧ ହୋଇ ସେ ଏଭଳି ନିଷ୍ପତ୍ତି ନେଇଥିବା ଜାଣିବାକୁ ମିଳିଛି । ଏ ନେଇ ବିନେଶ ଫୋଗଟ କହିଛନ୍ତି ଯେ, ଆମେ ସବୁ ପ୍ରକାରର ଚେଷ୍ଟା କରି ସାରିଛି । ଆମେ ଗୃହମନ୍ତ୍ରୀଙ୍କ ସହ ମଧ୍ୟ ସାକ୍ଷାତ କରିଛୁ ।

ତେବେ ଗୃହମନ୍ତ୍ରୀଙ୍କୁ ଦେଖା କରିବାରୁ ସେ ୩୦-୪୦ ଦିନ ସମୟ ମାଗିଥିଲେ । ଆଜି ଅଧ୍ୟକ୍ଷ ପଦରେ ଦାୟିତ୍ୱ ନେଇଥିବା ସଞ୍ଜୟ ସିଂହ ବ୍ରଜଭୂଷଣଙ୍କ ଡାହାଣ ହାତ ତାଙ୍କ ପୁଅ ସହ ସମାନ ବୋଲି କହିଛନ୍ତି ବିନେଶ ଫୋଗଟ । ଏହାପରେ ସେ କହିଛନ୍ତି ଯେ, ଆମକୁ ଜଣା ନଥିଲା ନ୍ୟାୟ କିଭଳି ମିଳିଥାଏ, ତେଣୁ ଆମ ସମସ୍ତଙ୍କୁ ସମସ୍ୟା ବିଷୟରେ ଜଣାଇଲୁ । କ୍ରୀଡ଼ାମନ୍ତ୍ରୀଙ୍କୁ ମଧ୍ୟ ଏ ସମ୍ପର୍କରେ ସବୁକିଛି ଜଣାଇଥିଲୁ । ମହିଳାଙ୍କୁ ଶେଷଣ କରୁଥିବା ବ୍ୟକ୍ତିଙ୍କୁ ପଦ ପଦବୀରେ କ୍ଷମତା ପ୍ରଦାନ କରାଯାଉଛି ବୋଲି ଫୋଗଟ କହିଛନ୍ତି ।

ତେବେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ଡବ୍ଲୁଏଫ୍ଆଇ) ଗୁରୁବାର ଏକ ନୂତନ ଅଧ୍ୟକ୍ଷ ପାଇଛି। ବାରାଣସୀ ରେସଲିଂ ଆସୋସିଏସନ ମୁଖ୍ୟ ସଞ୍ଜୟ ସିଂ ‘ବବଲୁ’ ଯେତେବେଳେ କମନୱେଲଥ ଗେମ୍ସ -୨୦୧୦ ସ୍ୱର୍ଣ୍ଣ ପଦକ ବିଜେତା କୁସ୍ତି କୁଳପତି ଅନୀତା ଶୋରାନଙ୍କୁ ପରାସ୍ତ କରିଥିଲେ ସେତେବେଳେ ଏହି ବଡ ଦାୟିତ୍ୱ ପାଇଥିଲେ। ସଞ୍ଜୟ ସିଂଙ୍କୁ ବିଜେପି ସାଂସଦ ବ୍ରିଜଭୂଷଣ ଶରଣ ସିଂଙ୍କ ନିକଟତର ବୋଲି କୁହାଯାଏ। ଅନେକ ମହିଳା କୁସ୍ତିଯୋଦ୍ଧା ବ୍ରିଜଭୂଷଣ ଶରଣଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ, ଯାହା ପରେ ତାଙ୍କୁ ଭାରତୀୟ ରେସଲିଂ ଆସୋସିଏସନର ସଭାପତି ପଦରୁ ଇସ୍ତଫା ଦେବାକୁ ପଡିଲା।

Get real time updates directly on you device, subscribe now.