୫୧ ଟଙ୍କାରୁ ଆରମ୍ଭ ହେଲା ଠକେଇ ୩.୮୫ କୋଟି ପର୍ଯ୍ୟନ୍ତ.. ରାମଲଲାଙ୍କ ନାଁରେ ସବୁଠୁ ବଡ଼ ଫ୍ରଡ୍
ରାମଲଲାଙ୍କ ନାଁରେ ବଡ଼ ଠକେଇ, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ରାମ ନଗରୀ ଅଯୋଧ୍ୟାରେ ଜାନୁଆରୀ ୨୦୨୪ରେ ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ହୋଇଥିଲା। ଏହି ପବିତ୍ର ପରିସରରେ ଜଣେ ଦୁର୍ବୃତ୍ତ ଶ୍ରଦ୍ଧାକୁ ବ୍ୟାପାରରେ ପରିଣତ କରିଦେଲା।
ସୂଚନା ମୁତାବକ, ଅଭିଯୁକ୍ତ ଅନଲାଇନ ଏଜେନ୍ସି ମାଧ୍ୟମରେ ରାମ ମନ୍ଦିରର ପ୍ରସାଦ ବିତରଣ ନାମରେ ୬ ଲକ୍ଷ ୩୦ ହଜାରରୁ ଅଧିକ ଶ୍ରଦ୍ଧାଳୁମାନଙ୍କୁ ଠକିଛି। ଏହି ଠକେଇର ଆରମ୍ଭ ମାତ୍ର ୫୧ ଟଙ୍କାରୁ ହୋଇଥିଲା ଏବଂ ୩ କୋଟି ୮୫ ଲକ୍ଷ ଟଙ୍କାରେ ଶେଷ ହୋଇଥିଲା।
ଏହି ଅଭିଯୁକ୍ତର ନାମ ହେଉଛି ଆଶିଷ, ଯିଏ ସୋସିଆଲ ମିଡିଆ ଏବଂ ଅନଲାଇନ ମାଧ୍ୟମରେ ଏକ ୱେବସାଇଟ ପେମେଣ୍ଟ ଗେଟୱେ ପ୍ରସ୍ତୁତ କରି ଲୋକଙ୍କୁ ରାମାଲଲାଙ୍କ ପ୍ରସାଦ ଘରକୁ ପହଞ୍ଚାଇବାର ପ୍ରତିଜ୍ଞା କରିଛି। ଲୋକେ ଶ୍ରଦ୍ଧାରେ ଟଙ୍କା ପଠାଇଥିଲେ।
ହେଲେ ପ୍ରସାଦ କେବେ ପହଞ୍ଚିଲା ନାହିଁ। ଏହି ସଂପୂର୍ଣ୍ଣ ମାମଲାରେ ଅଯୋଧ୍ୟା ସାଇବର ଥାନା ଟିମ ଅଭିଯୋଗ ମିଳିବା ପରେ ସଙ୍ଗେ ସଙ୍ଗେ ଅଭିଯୋଗ ଦାଖଲ କରିଥିଲେ।
ଏତିକି ଟଙ୍କା ହେଲା ଜବତ: ତତତ୍କାଳୀନ ସାଇବର ଥାନାଧ୍ୟକ୍ଷ ଏବଂ ବରିଷ୍ଠ ପୋଲିସ ଅଫିସର ଡ. ଗୌରବ ଗ୍ରୋବରଙ୍କ ନେତୃତ୍ୱରେ ଟିମ ଗଭୀର ଯାଞ୍ଚ କରିଥିଲା ଏବଂ ଅଭି୍ୁକ୍ତ ଆଶୀଷଙ୍କ ଗିରଫ କରି ଜେଲ ପଠାଇଥିଲା।
ଅଯୋଧ୍ୟା ପୋଲିସ ଏହି ମାମଲାରେ ୩ କୋଟି ୮୫ ଲକ୍ଷରୁ ୨ କୋଟି ୧୫ ଲକ୍ଷ ଟଙ୍କା ଫ୍ରିଜ୍ କରି ପୀଡ଼ିତାଙ୍କ ଖାତାକୁ ଫେରସ୍ତ କରିଛି। ବାକି ୧ କୋଟି ୭୦ ଲକ୍ଷ ଟଙ୍କାର ରିକଭରୀ ପ୍ରକ୍ରିୟା ଚାଲୁଛି. ଖୁବଶୀଘ୍ର ତାହା ମିଳିବ ବୋଲି ଦାବି କରାଯାଉଛି।