ଗର୍ଭଗୃହରେ ପୂଜନ କାର୍ଯ୍ୟ ଆରମ୍ଭ, ସିଂହଦ୍ୱାର ଦେଇ ମନ୍ଦିର ଗର୍ଭଗୃହରେ ପ୍ରବେଶ କଲେ ମୋଦୀ

ଅଯୋଧ୍ୟା: ଶେଷରେ ଆସିଗଲା ସେହି ଶୁଭ ମୁହୂର୍ତ୍ତ । ୫୦୦ ବର୍ଷର ଅପେକ୍ଷା ପରେ ଆଜି ପ୍ରଭୁ ଶ୍ରୀରାମ ନିଜର ଭବ୍ୟ ଓ ଦିବ୍ୟ ମନ୍ଦିରରେ ବିରାଜମାନ କରିବାକୁ ଯାଉଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୂପାର ଛତ୍ର ଧରି ରାମ ମନ୍ଦିର ଗର୍ଭଗୃହରେ ପହଞ୍ଚି ଯାଇଛନ୍ତି । ପ୍ରାଣ ପ୍ରତିଷ୍ଠା ଲାଗି ଯଜମାନୀ କାମ ଆରମ୍ଭ କରି ଦେଇଛନ୍ତି । ସିଂହଦ୍ୱାର ଦେଇ ମନ୍ଦିର ଗର୍ଭଗୃହରେ ପ୍ରବେଶ କଲେ ମୋଦୀ । ଗର୍ଭଗୃହରେ ପୂଜନ କାର୍ଯ୍ୟ ଆରମ୍ଭ ହୋଇଯାଇଛି ।