fbpx
BSKY SKY
BSKY SKY

ଗୁଜରାଟର ୨୧୦୦ କିଲୋଗ୍ରାମର ଘଣ୍ଟି ଠାରୁ ରାଜସ୍ଥାନର ମାର୍ବଲ ପର୍ଯ୍ୟନ୍ତ, ରାମ ମନ୍ଦିର ନିର୍ମାଣରେ କେଉଁ ରାଜ୍ୟରୁ କ’ଣ ଆସିଛି

BSKY

ଅଯୋଧ୍ୟା: ରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଆଉ ମାତ୍ର ଅଳ୍ପ କିଛି ସମୟ ବାକି । ଏବେ ପୁରା ଅଯୋଧ୍ୟା ରାମମୟ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଯଜମାନ ପ୍ରଧାନମନ୍ତ୍ରୀ ମୋଦୀ ଅଯୋଧ୍ୟାରେ ପହଞ୍ଚି ସାରିଛନ୍ତି । ଆଜି ସମଗ୍ର ଦେଶବାସୀ ପ୍ରଭୁ ଶ୍ରୀରାମଙ୍କ ଆଗମନରେ ଦୀପାବଳି ପାଳନ କରୁଛନ୍ତି । ରାମଲଲାଙ୍କ ଆଗମନକୁ ନେଇ କେବଳ ଦେଶ ମଧ୍ୟରେ ନୁହେଁ ଦେଶ ବାହାରେ ମଧ୍ୟ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ତେବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ସାଧାରଣ ନାଗରିକଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟ ପକ୍ଷରୁ ଯୋଗଦାନ ରହିଛି । ଆସନ୍ତୁ ଜାଣିବା ରାମ ମନ୍ଦିର ନିର୍ମାଣ ଲାଗି କେଉଁ ରାଜ୍ୟ କ’ଣ ଦେଇଛନ୍ତି ।

ରାମ ମନ୍ଦିର ନିର୍ମାଣ ଲାଗି ରାଜସ୍ଥାନ ମକରାନାରୁ ମାର୍ବଲ ଆସିଛି । ଏହି ମାର୍ବଲରେ ରାମ ମନ୍ଦିର ଗର୍ଭଗୃହର ସିଂହାସନ ନିର୍ମାଣ ହୋଇଛି । ଏହି ସିଂହାସନ ଉପରେ ଭଗବାନ ରାମ ବିରାଜିବେ । ଭଗବାନ ଶ୍ରୀରାମଙ୍କ ସିଂହାସନ ଉପରେ ସୁନାର ପରସ୍ତ ଚଢାଯାଇଛି । ଗର୍ଭଗୃହ ଓ ଚଟାଣରେ ମକରାନାର ମାର୍ବଲ ଲାଗିଛି ।

ମନ୍ଦିରରେ ବିଭିନ୍ନ ଦେବତାଙ୍କ ମୂର୍ତ୍ତିର ଖଦନ କର୍ଣ୍ଣାଟକ ଚର୍ମୋଥୀ ବଲୁଆ ପଥରରେ କରାଯାଇଛି । ଏହା ବ୍ୟତିତ ପ୍ରବେଶ ଦ୍ୱାରରେ ଭବ୍ୟ ଆକୃତି ନିର୍ମାଣରେ ରାଜସ୍ଥାନ ବଂଶୀ ପାହାଡପୁରର ଗୋଲାପୀ ପଥରର ବ୍ୟବହାର କରାଯାଇଛି । ସେହିପରି ଗୁଜରାଟ ରାମ ମନ୍ଦିର ପାଇଁ ଅଷ୍ଟଧାତୁରେ ନିର୍ମିତ ୨୧୦୦ କିଲୋଗ୍ରାମର ଘଣ୍ଟି ପ୍ରଦାନ କରିଛି । ଗୁଜରାଟର ଅଖିଳ ଭାରତୀୟ ଦରବାର ସମାଜ ପକ୍ଷରୁ ୭୦୦କିଲୋଗ୍ରାମର ରଥ ବି ଉପହାର ସ୍ୱରୂପ ଦିଆଯାଇଛି ।

ସେହିପରି ଭଗବାନ ଶ୍ରୀରାମଙ୍କ ମୂର୍ତ୍ତି ନିର୍ମାଣ ଲାଗି କର୍ଣ୍ଣାଟକରୁ କଳା ପଥର ବି ଆସିଛି । ଅରୁଣାଚଳ ପ୍ରଦେଶ ଓ ତ୍ରିପୁରାରୁ ସୁନ୍ଦର ଖୋଦେଇ କାଠର ଦ୍ୱାର ଓ ହାତରେ ତିଆରି ଫେବ୍ରିକ୍ସ ଆସିଛି । ତେବେ ଏହି ଲିଷ୍ଟ ତ ବହୁତ ଲମ୍ବା ଅଟେ । ପିତଳ ବାସନ ଉତ୍ତରପ୍ରଦେଶରୁ ଆସିଛି । ରାମ ମନ୍ଦିର ଲାଗି ପଲିସି ହୋଇଥିିବା ଶାଗୁଆନ କାଠ ଦେଇଛି ମହାରାଷ୍ଟ । ମନ୍ଦିର ନିର୍ମାଣରେ ବ୍ୟବହୃତ ଇଟା ପ୍ରାୟ ୫ ଲକ୍ଷ ଗ୍ରାମରୁ ଆସିଛି । ରାମମନ୍ଦିର ନିର୍ମାଣରେ ଅଗଣିତ କାରିଗର ଓ ଶିଳ୍ପକାରଙ୍କ ଭୂମିକା ରହିଛି ।

Get real time updates directly on you device, subscribe now.