fbpx

PINEWZ ଆପ୍ ଲଞ୍ଚ୍ କଲେ Essel Groupର ଚେୟାରମ୍ୟାନ୍ ଡା. ସୁଭାଷ ଚନ୍ଦ୍ର

ନୂଆଦିଲ୍ଲୀ: Essel Groupର ଚେୟାରମ୍ୟାନ୍ ତଥା ପୂର୍ବ ରାଜ୍ୟସଭା ସାଂସଦ ଡା. ସୁଭାଷ ଚନ୍ଦ୍ର ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅବସରରେ Hyper Local App PINEWZ ଲଞ୍ଚ୍ କରିଛନ୍ତି । ଏହି ଆପ୍ ମାଧ୍ୟମରେ ଗାଁରୁ ଆରମ୍ଭ କରି ଦେଶର ପ୍ରତ୍ୟେକ ଅଂଚଳର ଖବର ପ୍ରସାରିତ କରାଯିବ । ଏହି ଆପ୍ ଲଞ୍ଚ୍ କରି ଡା. ସୁଭାଷ ଚନ୍ଦ୍ର କହିଛନ୍ତି ଯେ ଆଜି ହେଉଛି ଏକ ବିଶେଷ ଦିନ । ଆଜିର ଦିନ ଭାରତ ଏବଂ ବିଶ୍ୱ ଇତିହାସ ପାଇଁ ଐତିହାସିକ କ୍ଷଣ ପାଲଟିବ । ଏହି ଆପ୍ ମାଧ୍ୟମରେ ଲୋକମାନେ ନିଜ ସହର, ଅଂଚଳ ସମ୍ପନ୍ଧୀୟ ଖବର ଏବଂ ଭିଡ଼ିଓ ଗୁଡ଼ିକୁ ଅପଲୋଡ଼ କରିପାରିବେ । PINEWZ App ଲଞ୍ଚ୍ କରାଯାଉଛି ଏବଂ ଏହା ଡ଼ିଜିଟାଲ କ୍ଷେତ୍ରରେ ଏକ ବିପ୍ଳବ ଆଣିବାକୁ ଯାଉଛି ।

ଅଯୋଧ୍ୟାରୁ ଡା. ସୁଭାଷ ଏହି ଆପ୍ ଲଞ୍ଚ୍ କରିବା ସହ ଦେଶବାସୀଙ୍କୁ ଐତିହାସିକ ଦିନର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ସେ କହିଛନ୍ତି ଯେ ଏହି ଆପ୍ ମାଧ୍ୟମରେ ଦେଶର କୋଟି କୋଟି ଲୋକ ସାମ୍ବାଦିକ ହୋଇପାରିବେ । ନିଜ ସହର ଏବଂ ଅଂଚଳ ସମ୍ବନ୍ଧୀୟ ଖବର ତଥା ଭିଡ଼ିଓ ଏହି ଆପରେ ଅପଲୋଡ଼ କରି ସମଗ୍ର ବିଶ୍ୱରେ ପହଂଚାଇବା ପାଇଁ ସକ୍ଷମ ହେବେ ।

Get real time updates directly on you device, subscribe now.