fbpx

ଅଯୋଧ୍ୟା ରାମ ମନ୍ଦିରରେ ଜଳିବ ୨୪ ଲକ୍ଷ ଦୀପ: ସ୍ୱତନ୍ତ୍ର ଭାବରେ ପାଳନ ହେବ ଦୀପାବଳି ପର୍ବ

ଅଯୋଧ୍ୟା: ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି । ପୁଣିଥରେ ପବିତ୍ର ଆଯୋଧ୍ୟା ଭୂମିକୁ ଫେରିବେ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର । ଲକ୍ଷ ଲକ୍ଷ ଦୀପର ଜିକମିକ ଆଲୁଅରେ ଝଲସି ଉଠିବ ଅଯୋଧ୍ୟାର ନବନିର୍ମିତ ଶ୍ରୀରାମ ମନ୍ଦିର । ଚଳିତବର୍ଷ ରାମ ମନ୍ଦିର ପରିସରରେ ୨୪ ଲକ୍ଷ ଦୀପ ଜାଳିବା ପାଇଁ ଯୋଜନା କରାଯାଉଛି । ତେବେ ଆଲୋକର ଏହି ପର୍ବରେ ୨୧ ଲକ୍ଷ ଦୀପ ସଫଳତାର ସହ ଜଳାଇବା ପାଇଁ ପ୍ରୟାସ କରାଯିବ । ତେବେ ଚଳିତବର୍ଷ ମନ୍ଦିରରେ ୨୪ ଲକ୍ଷ ଦୀପ ପ୍ରଜ୍ଜ୍ୱଳନ ହୋଇପାରିଲେ ଏହା ଗିନିଜ ବୁକ ଅଫ୍ ରେକର୍ଡରେ ସ୍ଥାନ ପାଇବ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

Get real time updates directly on you device, subscribe now.