fbpx

ଧନତେରାସ ପାଇଁ Golden Chance: ମାତ୍ର ୧ ଟଙ୍କାରେ ମିଳୁଛି ସୁନା-ଗହଣା, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ: ଆଗକୁ ଆସୁଛି ପବିତ୍ର ଅଲୋକର ପର୍ବ ଦୀପାବଳି ଏବଂ ଧନତେରାସ । ଏହିଦିନ ସୁନା-ଗହଣା କିଣିଲେ ଶୁଭ ବୋଲି ବିଶ୍ୱାସ କରାଯାଏ । କିନ୍ତୁ ଅନେକ ଲୋକଙ୍କ ପାଖରେ ଟଙ୍କାର ଅଭାବ ଯୋଗୁଁ ସୁନା-ଗହଣା କିଣିବା ଆଶାକୁ ପୂରଣ କରିପାରନ୍ତି ନାହିଁ । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଏକ ବଡ଼ ସୁଯୋଗ ମିଳିଛି । ମାତ୍ର ଏକ ଟଙ୍କାରେ ଘରକୁ ଆଣିପାରିବେ ସୁନା । ଘରେ ବସି ମାତ୍ର ୧ ଟଙ୍କା ଖର୍ଚ୍ଚ କରି ସୁଦ୍ଧ ସୁନା-ଗହଣା କିଣିବାର ସୁଯୋଗ ପାଇପାରିବେ ଗ୍ରାହକ ।

ଅନଲାଇନରେ ବର୍ତ୍ତମାନ ସବୁକିଛି ଜିନିଷ କିଣା-ବିକା କରାଯାଇପାରୁଛି । ବର୍ତ୍ତମାନ ଏଥିରେ ଯୋଡ଼ି ହୋଇଛି ଏକ ଟଙ୍କିଆ ସୁନା ଅଫର୍ । PayTM ବ୍ୟବହାର କରୁଥିବା ୟୁଜରମାନେ ଏହାର ସୁବିଦା ହାସଲ କରିପାରିବେ । PayTM ଓପନ୍ କରି ସର୍ଚ୍ଚ ଅପ୍ସନରେ “Gold” ସର୍ଚ୍ଚ କରନ୍ତୁ । ଏହାପରେ ଫୋନରେ “PayTM Gold” ଅପ୍ସନ ମିଳିବ । ଏଥିରେ କ୍ଲିକ କରିବା ଦ୍ୱାରା ଆପଣ ମନଇଚ୍ଛା ସୁନା କିଣିପାରିବେ । ତେବେ ଏଠାରେ ମାତ୍ର ୧ଟଙ୍କାରେ ମଧ୍ୟ ସୁନା ଉପଲବ୍ଧ ରହିଛି । ପେମେଣ୍ଟ ସମୟରେ ସୁନା ମୂଲ୍ୟର ୩% ଟଙ୍କା ପ୍ରଦାନ କରିବାକୁ ହେବ । ତେବେ PayTMରେ ଆପଣ ୧ ଟଙ୍କାରେ ଆପଣଙ୍କ ୦.୦୦୦୧ଗ୍ରାମ ସୁନା କିଣିପାରିବେ । ଏଥିରେ ୩% GST ଯୋଗ କରି ୧.୦୪ଟଙ୍କା ଦେୟ ଦେବାକୁ ପଡ଼ିବ । ସେହିପରି ୫ ହଜାର ଟଙ୍କାର ସୁନା କିଣିଲେ PayTM Goldରେ ୦.୮୦୨ଗ୍ରାମର ସୁଧ ସୁନା ମିଳିପାରିବ । ତେବେ ୩% GST ୟୁଜରଙ୍କୁ ମୋଟ ୫,୧୫୦ଟଙ୍କା ମୂଲ୍ୟ ଦେବାକୁ ହେବ । ୧୦ ଗ୍ରାମର ସୁନା ପାଇଁ GST ସହ ୬୩,୭୯୭.୭୮ଟଙ୍କା ମୂଲ୍ୟ ଦେବାକୁ ହେବ ।

ତେବେ ସୁନା କିଣିବା ଦ୍ୱାରା କମ୍ପାନୀ ଏହି ମୂଲ୍ୟର ସୁନାକୁ ଲକରରେ ରଖି ଦେଇଥାଏ । ଏଥିରେ ନିବେଶ ପରିବର୍ତ୍ତେ ଏକ ପର୍ଚେଜ ରସିଦ ମିଳିଥାଏ । ଆବଶ୍ୟକ ସମୟରେ ଏହାକୁ ୟୁଜର ଅନଲାଇନ ବିକ୍ରି ମଧ୍ୟ କରିପାରନ୍ତି । ତେବେ ଏଥିରେ ଏକ ଫାଇଦା ରହିଛି, ସୁନାର ମୂଲ୍ୟ ବୃଦ୍ଧି ପାଇବା ସହିତ ୟୁଜରଙ୍କ ନିବେଶ ମଧ୍ୟ ଏଥିରେ ବୃଦ୍ଧି ପାଇବ । ଡିଜିଟାଲ ମାଧ୍ୟମରେ କିଣାଯାଇଥିବା ସୁନା ୨୪ କ୍ୟାରେଟ ହୋଇଥିବା ବେଳେ ଏହାକୁ ଅଧିକ ସମୟ ପର୍ଯ୍ୟନ୍ତ ରଖିଲେ ଏଥିରୁ ଖୁବ ଲାଭ ମିଳିପାରେ ।

Get real time updates directly on you device, subscribe now.