fbpx

ଅଯୋଧ୍ୟା ପୁନର୍ବିଚାରକୁ ନା’

ନୂଆଦିଲ୍ଲୀ,୨୬ ।୧୧: ଅଯୋଧ୍ୟା ରାୟର ପୁନର୍ବିଚାର ଆବେଦନ କରିବନି ସୁନ୍ନୀ ୱାକଫ ବୋର୍ଡ । ୱାକଫ ବୋର୍ଡର ୮ ସଦସ୍ୟଙ୍କ ମଧ୍ୟରୁ ୬ ଜଣ ଏହି ନିଷ୍ପତ୍ତି ନେଇଛନ୍ତି । ୫ ଏକର ଜମି ମିଳିବା ପରେ ଅନ୍ୟ ପ୍ରସଙ୍ଗରେ ବୋର୍ଡ ଆଲୋଚନା କରିବ । ଅନ୍ୟତ୍ର ୫ ଏକର ଜମି ଦେବାକୁ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ ।

ତେବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ଜମି ବିବାଦକୁ ନେଇ ଐତିହାସିକ ରାୟ ଶୁଣାଇଥିଲେ । ଏହି ରାୟକୁ ସବୁ ମହଲରୁ ସ୍ବାଗତ କରାଯାଇଥିଲା । ଏବେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯିବା ସହ ସେହି ଆଖପାଖରେ ମଧ୍ୟ ବାବରୀ ମସଜିଦ ଲାଗି ସରକାର ୫ ଏକର ଜମି ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ପୁଣି ଚ୍ୟାଲେଞ୍ଜ କରିଥିଲା ସୁନ୍ନି ୱାକଫ ବୋର୍ଡ ।

Get real time updates directly on you device, subscribe now.