fbpx

ବାରବାଟୀ ପଡ଼ିଆ ଭିତରକୁ ପଲିଥିନ ମନା

କଟକ, ୨୬ା୧୧(ଓଡ଼ିଶା ଭାସ୍କର): ଆସନ୍ତା ବାରବାଟୀ ଦିନିକିଆ ମ୍ୟାଚରେ ପଡ଼ିଆ ଭିତରକୁ ପଲିଥିନ ପ୍ରବେଶକୁ ବ୍ୟାନ ହୋଇଛି । ଏହା ପ୍ରଶାସନ ଓ ଓସିଏର ମିଳିତ ବୈଠକରେ ଏହିପରି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏହାସହ ବାରବାଟୀର ୭ନମ୍ବର ଗ୍ୟାଲେରୀ ବନ୍ଦ ରଖିବ ଓସିଏ । ୭ନମ୍ବର ଗ୍ୟାଲେରୀ ବନ୍ଦ ପାଇଁ ୫ହଜାର ଟିକେଟ ବିକ୍ରି ମଧ୍ୟ କମିବ । ବାରବାଟୀ ଦିନିକିଆରେ ମୁଖ୍ୟ ଅତିଥି ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଡିସେମ୍ବର ୧୫ସୁଦ୍ଧା ଷ୍ଟାଡ଼ିୟମ ନିକଟ କାମ ସାରିବାକୁ ଜାଇକାକୁ ନିର୍ଦ୍ଦେଶ ଦିଆଯାଇଛି । ଷ୍ଟାଡ଼ିୟମ ନିକଟ ପରିମଳ ଉପରେ ନଜର ଦେବ ସିଏମସି । ଡିସେମ୍ବର ୨୨ରେ ଭାରତ-ୱେଷ୍ଟଇଣ୍ଡିଜ ମଧ୍ୟରେ ମ୍ୟାଚ ଖେଳାଯିବ ।

Get real time updates directly on you device, subscribe now.